ସବୁ ମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ମଗାଗଲା ରିପୋର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗିଛନ୍ତି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ଗତ ମାସ ମଧ୍ୟରେ ମନ୍ତ୍ରୀମାନେ ନିଜ ନିଜ ବିଭାଗରେ କେତେ ଦକ୍ଷତାର ସହ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସଫଳ ହୋଇଛନ୍ତି ସେନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗଗୁଡିକ କେତେ ଅଗ୍ରଗତି କରିଛନ୍ତି ସେନେଇ ମନ୍ତ୍ରୀମାନେ ନିଜ ରିପୋର୍ଟ ଦେବେ । ମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦକ୍ଷତା ମାପ କରିବେ ।

ମୁଖ୍ୟମନ୍ତ୍ରୀ ନିଜେ ମନ୍ତ୍ରୀମାନଙ୍କ ସହ ସେମାନଙ୍କ ରିପୋର୍ଟ କାର୍ଡ ନେଇ ଆଲୋଚନା କରିବେ ଏବଂ ଭବିଷ୍ୟତ ରୋଡମ୍ୟାପ ନେଇ ଆବଶ୍ୟକ ପରାମର୍ଶ ଦେବେ । ନିୟମିତ ଭାବେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରୁଛନ୍ତି ଏବଂ ସେହି ଆଧାରରେ ପ୍ରସ୍ତୁତ ହେଉଛି ନୂଆ ରଣନୀତି ।