କରୋନା ସମୟରେ ପୋଲିସର କାମ ପ୍ରଶଂସନୀୟ: ନବୀନ

1 min read

ଭୁବନେଶ୍ୱର: ୧୬ ବର୍ଷରେ ପ୍ରଦାର୍ପଣ କରିଛି କମିଶନରେଟ ପୋଲିସ । ଏହି ଅବସରରେ ଆୟୋଜିତ ରେଜିଂ ଡେ’ ପରେଡ଼ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ । ପୋଲିସ ସବୁବେଳେ ଲୋକଙ୍କ ମିତ୍ର ଓ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ ରହୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

ପୋଲିସ ବିଭାଗ ଫାଇଭ-ଟି ରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ତୁଳନାରେ ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି । ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି । ପୋଲିସ ଫାଇଭ-ଟିର ଉପଯୋଗ କରୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଏହାସହ ଦକ୍ଷତାରେ ଉନ୍ନତି ଆଣିବାକୁ କମିଶନରେଟ ପୋଲିସକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପରେଡରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଓଡ଼ିଶା ପୋଲିସର ମୁଖଶାଳା କମିଶନରେଟ ପୋଲିସ । ପୋଲିସର ସରକାର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛନ୍ତି ରାଜ୍ୟ ସରକାର । ଫାଇଭଟି 5ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି । ଆଗକୁ ଶୃଙ୍ଖଳିତ ଭାବେ ହକି ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ଦେଶର ସର୍ବଶ୍ରେଷ୍ଠ କମିଶନରେଟ ପୋଲିସ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିଜିପି କହିଛନ୍ତି ।