ଅଲ ଓଡ଼ିଶା ଲୟର୍ସ ଆସୋସିଏସନର 51ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଲ ଓଡ଼ିଶା ଲୟର୍ସ ଆସୋସିଏସନର 51ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜନସାଧାରଣଙ୍କୁ ଆଇନଗତ ସେବା ଯୋଗାଇବାକୁ ଆଇନଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ସହଜ ଆଇନ ସେବା ପାଇଁ ରାଜ୍ୟ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ଆଣିଛନ୍ତି । ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏକାଧିକ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଓକିଲଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବେଶ ଖୁସି ବୋଲି ନବୀନ କହିଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ରେଲଓ୍ବେ ଅଡିଟୋରିୟମରେ ଦୁଇଦିନିଆ ଅଲ ଓଡିଶା ଲୟର୍ସ ଆସୋସିଏସନର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଉଦଘାଟିତ ହୋଇଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ସୁଜିତ କୁମାର ଯୋଗଦେଇଥିଲେ । ଏଥିରେ ଆଇନଜୀବୀଙ୍କ ବିଭିନ୍ନ ଦାବି ଓ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।