ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Inaugurated Book Written By Dr. Gopabandhu Dash

ଭୁବନେଶ୍ୱର: ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ୍‌ କପୋରେସନ ଇନ୍‌ ଏ ଚେଞ୍ଜିଂ ୱାର୍ଲ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଏହି ପୁସ୍ତକ ଲିଖିତ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ନିବିଡ଼ । ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି । ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସମ୍ପର୍କର ନିଦର୍ଶନ ହୋଇଛି ।

ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡ଼ିଥିଲା । ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସା ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକ ସଂଖ୍ୟାର ୩ ପ୍ରତିଶତ ।

ବର୍ଣ୍ଣ ବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ NAM, G-୭୭ ଓ BRICS ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ସୁଦୃଢ କରିଛନ୍ତି । କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି । ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସମ୍ପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Leave a Reply