ଦିଲ୍ଲୀରେ ନବୀନ, ଅପରାହ୍ନରେ PMଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନ ଯୋଗେ ଦିଲ୍ଲୀରେ ପହଁଚିଲା ପରେ  ଓଡ଼ିଶା ଭବନରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ  । ମିଲିତିବା ସୂଚନା ମୁତାବକ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ ।

୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ବଳକା ଉଷୁନା ଚାଉଳ ଉଠାଇବା ସହିତ ଜିଏସଟି ବକେୟା ଆଦି ପ୍ରସଙ୍ଗରେ ଆଲୋଚନା କରିବେ ନବୀନ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଳକା ଆବାସ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଜୁନ୍ ୧ ତାରିଖରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।