ଓଲିଉଡର ଅପୂରଣୀୟ କ୍ଷତି, ବିଜୟଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
2 min readଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ୭୦ ବର୍ଷ ବୟସରେ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଛନ୍ତି ଓଲିଉଡର ବାପା । ବିଜୟଙ୍କ ଦେହାନ୍ତରେ ସବୁ ମହଲରେ ଦୁଃଖ ଖେଳିଯାଇଛି । ସିନେପ୍ରେମୀଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଏ ଖବର ପରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।
ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 20, 2020
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।’
I am extremely sad to hear about the demise of popular actor Bijoy Mohanty. It is a great loss to the Odia film industry. I express my deep condolences to the bereaved family.#rip
— Manas Mangaraj (@manasrmangaraj) July 20, 2020
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ଦେହାନ୍ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି । ସେ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଛନ୍ତି ।
Hon'ble Governor condoled the sad demise of legendary actor Bijay Mohanty and conveyed his heart felt sympathy to the bereaved family members. He will be remembered forever for his peerless contribution to the cinema, drama and theatre world, the Governor added. Om Shanti
— Governor Odisha (@GovernorOdisha) July 20, 2020
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସିନେମା, ଡ୍ରାମା ଓ ଥିଏଟର ପ୍ରତି ବିଜୟଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ରାଜ୍ୟପାଳ ।
ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି… ୧୫୦ ରୁ ଅଧିକ ଓଡ଼ିଆ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଥିବା ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ୭୦ ବର୍ଷ ବୟସରେ ପରଲୋକ।ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱ.. ଓଡ଼ିଆ ସିନେମାରେ ଏକ ଯୁଗର ଶେଷ
ଚିର ନିଦ୍ରାରେ ପୂଜ୍ୟ ବିଜୟ ମହାନ୍ତି ….
ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ? pic.twitter.com/iT7AmVNKRU— NILAMADHAB PANDA ନୀଳମାଧବ ପଣ୍ଡା (@nilamadhabpanda) July 20, 2020
ସିନେମା ନିର୍ମାତା ନୀଳମାଧବ ପଣ୍ଡା ବିଜୟଙ୍କ ଦେହାନ୍ତ ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ ଦେହାନ୍ତଙ୍କୁ ଓଡ଼ିଆ ସିନେମାରେ ଏକ ଯୁଗର ଶେଷ ବୋଲି ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ-
ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ
ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ