ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ଗିନିଜ ବୁକ୍ ଅଫ ରେକର୍ଡ

ସୁନ୍ଦରଗଡ଼: ନବୀନଙ୍କ ହାତରେ ବିର୍ସାମୁଣ୍ଡାର ରେକର୍ଡ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ ବୁକ୍ ଅଫ ରେକର୍ଡ ସାର୍ଟିଫିକେଟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ସର୍ବ ବୃତ ଷ୍ଟାଡିୟମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସାର୍ଟିଫିକେଟ ମିଳିଛି ।

ଗିନିଜ ବୁକ ଅଫ ରେକର୍ଡର ଅଧିକାରୀ ମାନେ ଏହି ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଗିନିଜ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ରେକର୍ଡ ସୃଷ୍ଟି କରିଛି ବିର୍ସା ମୁଣ୍ଡା ଷ୍ଟାଡିୟମ ।