ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ରଥଯାତ୍ରା: ମୁଖ୍ୟମନ୍ତ୍ରୀ

CM Naveen Patnaik asks to obey COVID 19 guidelines while observing Rath Jatra

ପୁରୀ: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପୂରା ପ୍ରସ୍ତୁତି କରିଛନ୍ତି । ଠିକ୍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ସବୁ ରୀତିନୀତି ଠିକରେ ଚାଲିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେଥିପାଇଁ ସେବାୟତ ବନ୍ଧୁମାନଙ୍କୁ ଧନ୍ୟବାଦ । ପ୍ରଶାସନ ସବୁ ପ୍ରସ୍ତୁତି କରିଥିବା ବେଳେ ଡିଜିପି ଓ ମୁଖ୍ୟ ଶାସନ ସଚିବ ପୁରୀରେ ଅଛନ୍ତି । କୋଭିଡ କଟକଣାରେ ରଥଯାତ୍ରା ପାଳନ ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ । ରଥଯାତ୍ରାରୁ ନୀଳାଦ୍ରୀ ବିଜେ ସବୁ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋର ଆଶା ଓ ବିଶ୍ୱାସ ରଥଯାତ୍ରା ପରିଚାଳନାରେ ଭାଗ ନେଉଥିବା ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବେ । ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ରଥଯାତ୍ରା ହେବ । ଶୃଙ୍ଖଳିତ ଭାବେ କଟକଣା ମାନି ସାମାଜିକ ଦୂରତ୍ୱ ରଖି ଠାକୁରଙ୍କ ନୀତିକାନ୍ତି କରି ତାର ନିଦର୍ଶନ ସାରା ବିଶ୍ୱକୁ ଦେଖାଇବାକୁ ହେବ ।

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ପୁରୀରେ କ୍ୟାମ୍ପ କରି ରହିବେ । ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ବାସୀ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କହିଛନ୍ତି । ସବୁରି ଉପରେ ମହାପ୍ରଭୁଙ୍କ ଇଚ୍ଛା, ତାଙ୍କ ଇଚ୍ଛା ପାଳନ ପାଇଁ ଆମେ ସବୁବେଳେ ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ଜିଲ୍ଲାବ୍ୟାପୀ ଆଜି ରାତିରୁ କର୍ଫ୍ୟୁ, ପୁରୀବାସୀଙ୍କୁ ବଡ଼ଦାଣ୍ଡ ମନା

Leave a Reply