ଜିଲ୍ଲାବ୍ୟାପୀ ଆଜି ରାତିରୁ କର୍ଫ୍ୟୁ, ପୁରୀବାସୀଙ୍କୁ ବଡ଼ଦାଣ୍ଡ ମନା

1 min read
Curfew imposed in Puri District for Car Festival

ପୁରୀ: ରଥଯାତ୍ରା ପାଇଁ ସଟ୍‌ଡାଉନ୍‌ ହେଲା ପୁରୀ ଜିଲ୍ଲା । ଆଜି ରାତି ୯ଟାରୁ ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ୍‌ ରହିବ । ଏହା କର୍ଫ୍ୟୁ ଭଳି । ଆସନ୍ତା ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ବଳବତ୍ତର ରହିବ । ସଟଡାଉନ୍‌ ବେଳେ ରଥଯାତ୍ରାରେ ନିୟୋଜିତ କର୍ମଚାରୀ ଓ ସେବାୟତଙ୍କୁ ବାଦ ଦେଲେ, ଅନ୍ୟ କାହାରିକୁ ପୁରୀକୁ ଆସିବାକୁ ଅନୁମତି ନାହିଁ । ସେହିପରି ସାଧାରଣ ପରିବହନ ଉପରେ ମଧ୍ୟ ରୋକ୍‌ ପ୍ରଶାସନ ପକ୍ଷରୁ ଲଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସାଧାରଣ ଲୋକଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ରଥ ଟାଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ, ପୋଲିସ ଯ଼ୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଥିବା ପୋଲିସ ଡିଜି ଅଭୟ କହିଛନ୍ତି । ଅନ୍ୟପଟେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଶାନ୍ତିଶୃଙ୍ଖଳାର ଘୋଷଯାତ୍ରା ସହ ସମାପନ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ଆୟୋଜନ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ପୋଲିସ ଡିଜି, ଆଇନ୍ ମନ୍ତ୍ରୀ, ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିବା ବେଳେ, ଘରେ ରହି ଟିଭିରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଦେଖିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍ କରିଛନ୍ତି ।

ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଉଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯାଉଛି । ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ଓ କର୍ମଚାରୀ ରଥଯାତ୍ରାରେ ସାମିଲ୍ ହେବେ । ଏହାବ୍ୟତୀତ ଅନ୍ୟ କାହାକୁ ଅନୁମତି ମିଳିବ ନାହିଁ ।

https://nandighoshatv.com/supreme-court-has-allowed-rath-yatra-to-be-conducted-in-puri/

Leave a Reply