ସରକାରଙ୍କ ବିକାଶଶୀଳ ନୀତି – ଲୋକଙ୍କ ସମର୍ଥନରୁ ଓଡିଶାର ଆଜି ନୂଆ ପରିଚୟ

1 min read

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଆଜି ଧନ୍ୟବାଦ ପ୍ରସ୍ତାବକୁ ନେଇ ଅଭିଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  ଓଡ଼ିଶାବାସୀ ଆମର ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ ।

ମୋ ଜନପ୍ରିୟ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘5T’ ନୀତି ଆପଣାଇଛି । ଆଜି ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଦାହରଣ ପାଲଟିଛି  । ହକି ବିଶ୍ପକପ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ପ୍ରଶଂସା ସାଉଁଟିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । କୋଭିଡ ପ୍ରତିବନ୍ଧକ ସତ୍ତ୍ବେ ଧାର୍ଯ୍ୟ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଶେଷ ହେବା ବଡ଼ ଉପଲବ୍ଧି ।

ମେକ ଇନ ଓଡ଼ିଶା ବେଶ ସଫଳ ହୋଇଛି । ଆମର ସ୍ଥିର ସରକାର ଓ ନୂଆ ଶିଳ୍ପନୀତି-୨୦୨୨ ପାଇଁ ଏଠାରେ ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୫ ବର୍ଷରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍ ହେବ  । କୃଷି କ୍ଷେତ୍ରରେ ସରକାର ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ଆମର ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଚାଷୀଙ୍କ ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ ସହାୟକ ହେଉଛି । ଚଳିତ ବର୍ଷ ବହୁ ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଛି । ଏହାର ସୁଫଳ ଆଗକୁ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଶିକ୍ଷାକ୍ଷେତ୍ରରେ ଓଡିଶାର ରୂପାନ୍ତରଣରେ ସ୍ୱର୍ଣ୍ଣୀମ ଅଧ୍ୟାୟ ଯୋଡି ହୋଇଛି  । ରାଜ୍ୟରେ ବହୁତ ହାଇସ୍କୁଲ 5T ଅଧିନରେ ନୂଆ ରୂପ ପାଇଛି  । ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ଘଟିଛି  । ମୋ ସ୍କୁଲ ଓ ମୋ କଲେଜ ଅଭିଜାନକୁ ପୁରାତନ ଛାତ୍ରଛାତ୍ରୀମାନେ ସମର୍ଥନ ଦେଇଛନ୍ତି  । ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ  । ୨୦୨୪ ସୁଦ୍ଧା ସରକାର ଯୋଗାଇ ଦେବେ  । ଡ୍ରିଙ୍କ୍ ଫ୍ରମ ଟ୍ୟାପ ଯୋଜନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଥିଲାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ସହରାଞ୍ଚଳ ଶତ ପ୍ରତିଶତ ପରିବାରକୁ ପାଇପ ପାଣି ପହଁଚିବ  ।

ଯାଗା ମିଶନରେ ମୋ ସରକାରକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିୁଛି  । ବସ୍ତି ବାସୀନ୍ଦାକୁ ଜମି ଅଧିକାର ଦେଇ ଥଇଥାନ କରି ସରକାର ସହରକୁ ବସ୍ତିମୁକ୍ତ କରିବାକୁ ଯାଉଛନ୍ତି  । ଏଥିପାଇଁ ଜାତିସଂଘ ଆମକୁ ୱାଲ୍ଡ ହାବିଟାଟ ବ୍ରୋଞ୍ଚ ଆୱାର୍ଡ ପ୍ରଦାନ କରିଛି  । ମିଶନ ଶକ୍ତିକୁ ଆହୁରି ଉପରକୁ ନେବା ପାଇଁ ସରକାର ନୂଆ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି  । ମହିଳା ଓ ଶିଶିୁ କଲ୍ୟାଣ ପାଇଁ ମମତା, ସୋପାନ, ପ୍ରାରମ୍ଭ, ଅଦ୍ଭିକା ଭଳି ଯୋଜନା ହାତକୁ ନେଇଛନ୍ତି  ।

ତଫସିଲ ଭୁକ୍ତ ଜାତି ଓ ଜନଜାତିର ସାମଗ୍ରିକ ବିକାଶ ପାଇଁ ସରକାର ନିଷ୍ଠାବାନ ହୋଇ କାମ କରୁଛନ୍ତି  । ଜଙ୍ଗଲ ବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଥିଲାବେଳେ ପରିବେଶ ପ୍ରାକୃତିକ ସମ୍ପତି, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଆମ ରାଜ୍ୟ ଆଜି ଉଦାହରଣ  । ଜନସାଧାରଣଙ୍କୁ ଦୁଆର ମୁହଁରେ ଓ ଧାର୍ଯ୍ୟ ସମୟରେ ସରକାରୀ ସେବା ଯୋଗାଣ ପାଇଁ  ଆରମ୍ଭ ହୋଇଛି ମୋ ସରକାର  ।ଏହା ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଇବାରେ ସହାୟକ ହେଉଛି  ।

ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ପାଇଁ  ଆମେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରୁଛୁ  । ଆମର ଠିକଣା ବୀତୀୟ ପରିଚାଲନା ପାଇଁ ଆମେ ରାଜସ୍ୱ ବଳକା ରାଜ୍ୟର ତାଲିକାରେ ଅଛୁ  । ରାଜ୍ୟକୁ ବଡ଼ ବଡ଼ ନିବେଶର ସୁଅ ଛୁଟିଛି  । ମୋର ଦୃଢ ବିଶ୍ୱାସ ଆଗାମୀ ବର୍ଷ ଗୁଡିକରେ ଓଡ଼ିଶା ସାମାଜାକି ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ବେଶ ଆଗରେ ଥିବ ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।