ପ୍ରମୋଦ ଭଗତଙ୍କ ବିଜୟ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’: ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଟୋକିଓରେ ଓଡ଼ିଆ ପୁଅଙ୍କ ବିଜୟ ବାନା । ଦେଶକୁ ଦେଲେ ସୁନା ଉପହାର । ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରମୋଦଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି ।
ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020 ର #ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India #Praise4Para pic.twitter.com/4gWBVU2d9Y
— Naveen Patnaik (@Naveen_Odisha) September 4, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ‘ତୁମ ସଫଳତା ସାରା ଦେଶକୁ ଗୌରବାନ୍ୱିତ କରିଛି ।ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।’
ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପୋଲିଓ ରୋଗର ଶିକାର ହୋଇଥିଲେ । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।