ଭିନ୍ନକ୍ଷମ କଳାକାରଙ୍କ ଦ୍ବାରା ପରିବେଶିତ ‘ନିନାଦ’ କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭିନ୍ନକ୍ଷମ କଳାକାରମାନଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ସନ୍ଧ୍ୟା ନିନାଦର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ୨୨ ଜଣ ଭିନ୍ନକ୍ଷମ ମିଶି ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଦିବ୍ୟାଙ୍ଗମାନେ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି । ଚଳିତ ପାରା ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରି ଏହା ଦେଖାଇଛି । ୨୦୨୦ ପାରା ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ରାଜ୍ୟର ଗର୍ବ ବଢ଼ାଇ ଥିଲେ । ଏହି ଅବସରରେ ସନ୍ଥ କବି ଭୀମଭୋଇଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ ।