ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆନନ୍ଦପୁର: ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟିତ ହୋଇଛି । ବୈତରଣୀ ନଦୀ ଉପରେ ୪୭୫ କୋଟି ଟଙ୍କାରେ ନିର୍ମିତ ଏହି ବ୍ୟାରେଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

୪୯୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜର ଜଳଧାରଣା କ୍ଷମତା ୩୫୦ ଲକ୍ଷ ଘନମିଟର ।

ଏହାଦ୍ଵାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି, ଘସିପୁରା, ବାଲେଶ୍ୱର ଜିଲ୍ଲାର ରେମୁଣା, ସୋର, ଖଇରା, ଔପଦା, ନୀଳଗିରି, ବାହାନଗା, ବାଲେଶ୍ୱର ସଦର ଏବଂ ସୋର ବ୍ଲକର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲ୍‌ର ପ୍ଲାଟିନମ ଜୁବ୍‌ଲିକୁ ଉଦ୍‌ଘାଟନ କରିଛନ୍ତି ।

ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି । ଆନନ୍ଦପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୬ଟି ପାନୀୟଜଳ ପ୍ରକଳ୍ପର ଉଦଘାଟନ ଓ ପୂର୍ତ୍ତ ବିଭାଗର ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିରିଛନ୍ତି।

Leave a Reply