ଧରାବତରଣ କରିବେ ପ୍ରଭୁ ଯୀଶୁ, ଚଳଚଞ୍ଚଳ ସହର

ଭୁବନେଶ୍ୱର: ସବୁଠି ବଡ଼ଦିନ ଉତ୍ସାହ । ରାତ୍ରୀର ଅନ୍ଧକାର ଭିତରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏଥିପାଇଁ ଚର୍ଚ୍ଚ ଗୁଡିକରେ ପ୍ରସ୍ତତୁ ଚୂଡାନ୍ତ । ଶୁଭିଲାଣି କ୍ୟାରୋଲ ବା ପ୍ରାର୍ଥନାର ସ୍ବର।

ଶିଶୁ ଯୀଶୁଙ୍କ ଆଶିର୍ବାଦ ନେବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍କଣ୍ଠା । ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ଘରେ ଖ୍ରୀଷ୍ଟମାସ ପାଇଁ ସାଜସଜ୍ଜା ସାଙ୍ଗକୁ ସୁସ୍ବାଦୁ ଖାଦ୍ୟର ଆସର । ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ଦେବଗଡର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ସ୍ବାଗତ ପାଇଁ ବ୍ୟାପକ ବନ୍ଦୋବସ୍ତ ଦେଖିବାକୁ ମିଳିଛି ।