ସୀମା ବିବାଦକୁ ନେଇ ଭାରତକୁ ଚୀନ ଗଣମାଧ୍ୟମର ଧମକ- ‘ଯୁଦ୍ଧ କଲେ ହାରିବ’

1 min read
Chinese Media Says India Will Be Defeated In Case Of War With China Amidst LAC Dispute

ନୂଆଦିଲ୍ଲୀ: ଗତବର୍ଷ ଜୁନରେ ଲଦାଖର ଗଲୱାନ ଘାଟିରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏବେ ଏବେ ସୀମା ବିବାଦକୁ ନେଇ ୧୩ତମ ସିନିୟର ସୈନ୍ୟ କମାଣ୍ଡର ବୈଠକ ବି ବଫଳ ହୋଇଛି । ଆଲୋଚନା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା, ଚୀନକୁ ଉପଦେଶ ଦିଆଯାଇଥିବା ବେଳେ ମାନିବାକୁ ପ୍ରସ୍ତୁତ ନୁହେଁ । ସେହିଭଳି ଚୀନ କହିଛି, ଭାରତ ଭୁଲ୍ ଆକଳନ କରୁଛି । ଏବେ ଏହି ମାମଲାରେ ଚୀନର ପ୍ରମୁଖ ସମ୍ବାଦପତ୍ର ବିବାଦୀୟ ଲେଖା ଲେଖିଛି ।

ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟରେ ଲେଖା ଯାଇଛି, ଭାରତ ସହ ସମ୍ପର୍କ ଖରାପ ହେଉଥିବା ବେଳେ ଚୀନର ସୈନ୍ୟ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବା ଦରକାର । ଆହୁରି ଲେଖାଯାଇଛି ଭାରତ ଗୋଟିଏ ଜିନିଷ ଭଲ ଭାବେ ବୁଝିବା ଦରକାର- ଭାରତକୁ ସୀମା ସେଭଳି ମିଳିବ ନାହିଁ, ଭାରତ ଯେଭଳି ଚାହୁଁଛି । ଯଦି ଭାରତ ଯୁଦ୍ଧ ଚାହୁଁଛି ତ, ନିଶ୍ଚିତ ଭାବେ ତାକୁ ପରାଜିତ ହେବାକୁ ପଡ଼ିବ । କୌଣସି ପ୍ରକାର ରାଜନୈତିକ ଚାପରେ ଚୀନ ଦବିବ ନାହିଁ । ଭାରତ ଯେତେ ଅସୁବିଧା କରାଇଲେ ବି ଚୀନର ଅଞ୍ଚଳ ଚୀନର ହୋଇ ରହିବ । ଭାରତ ଏବେ ସୀମା ବିବାଦକୁ ନେଇ ଆଖି ବୁଜି ଶୋଇଛି, ଆମେ ତାକୁ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ଲେଖିଛି ଗ୍ଲୋବାଲ୍ ଟାଇମ୍ସ ।

ଚୀନର ଲୋକ ଜାଣିଛନ୍ତି ଭାରତ ଓ ଚୀନ ଦୁଇଦେଶ ଶକ୍ତିଶାଳୀ । ଯାହାଙ୍କ ପାଖରେ ସୀମାରେ ଲମ୍ବା ଯୁଦ୍ଧ ପାଇଁ ପର୍ଯ୍ୟାପ୍ତ ଶକ୍ତି ଓ ସମ୍ବଳ ରହିଛି । ଭାରତ ଓ ଚୀନ ମଧ୍ୟରେ ଏଭଳି ଉତ୍ତେଜନା ଦୁଃଖଦାୟକ । ତେବେ ଭାରତ ସେଭଳି କଲେ ଚୀନ୍ କେବେ ପଛକୁ ହଟିବ ନାହିଁ । ଗଲୱାନ ଘାଟି ସଂଘର୍ଷ ପରେ ଜଣାପଡ଼ୁଛି କ୍ଷେତ୍ରର ସୁରକ୍ଷା ଲାଗି ଭାରତ, ଚୀନ କେବେ ବୁଝାମଣା କରିବେ ନାହିଁ । ଚୀନର ଦୃଢ଼ ସଂକଳ୍ପକୁ ଯଦି ଭାରତ କମଜୋର ଭାବେ ତାହେଲେ ତାହା ଭାରତ ପାଇଁ ଅସୁବିଧା ସୃଷ୍ଟି କରିବ । ଏପରିକି ଭାରତକୁ କ୍ଷତି ପହଞ୍ଚାଇବ ।

Leave a Reply