ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବ ଚୀନ ସେନା

1 min read

ନୂଆଦିଲ୍ଲୀ: ଶନିବାର ଭାରତ ଫେରିବେ ଅରୁଣାଚଳ ପ୍ରଦେଶର ୫ ନିଖୋଜ ଯୁବକ । ଚୀନ ସେନା କବଜାରେ ଥିବା ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ ଆସନ୍ତାକାଲି ଭାରତ ଫେରିବେ । ଚୀନର ପିପୁଲ ଲିବରେସନ୍ ଆର୍ମି ଭାରତୀୟ ସେନାଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବ । ଏ ନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଏହି ଯୁବକମାନେ ନିଖୋଜ ହେବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟଲାଇନ ସଂଯୋଗ କରାଯାଇଥିଲା । ଏହି ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି । ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ, ଉକ୍ତ ଯୁବକମାନଙ୍କୁ ଭାରତକୁ ଫେରାଇଦେବାକୁ ଚୀନ ସେନା ରାଜି ହୋଇଛି ଓ ସେମାନଙ୍କୁ ଫେରାଇ ଆଣିବାକୁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିଖୋଜ ୫ ଜଣ ଯୁବକ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ନାଚୋ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ କୁଲି କାମ ଓ ବେଳେବେଳେ ଭାରତୀୟ ସେନା ପାଇଁ ଗାଇଡ କାମ କରନ୍ତି ବୋଲି ଜଣାପଡ଼ିଛି ।

ସେମାନେ ଗତ ସପ୍ତାହ ଶୁକ୍ରବାରଦିନ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ସେମାନଙ୍କ ଦଳରେ ମୋଟ ୭ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଆସିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ନାଚୋ ଅଞ୍ଚଳଟି ଭାରତ ଓ ଚୀନ ମଧ୍ୟରେ ଥିବା ମାକମୋହନ ଲାଇନ ନିକଟରେ ଅବସ୍ଥିତ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner