ଚୀନର ଏକ କାଫେଟେରିଆରେ ବଡ଼ ଧରଣର ବିସ୍ଫୋରଣ, ୧୬ ମୃତ

1 min read

ବେଜିଂ: ଦକ୍ଷିଣ-ପଶ୍ଚିମ ଚୀନର ଏକ ଅଫିସ୍ କ୍ୟାଫେଟେରିଆରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହା ଫଳରେ ଏହି ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ଗ୍ୟାସ ଲିକ୍ କାରଣରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣ ଫଳରେ ଏହି କାଫେଟେରିଆ ଭୁଶୁଡି ଯାଇଥିଲା ।

ସୂଚନା ଅନୁଯାୟୀ, ୱାଲଙ୍ଗ ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ପ୍ରାୟ ରାତି ୧୨.୧୦ରେ ବିସ୍ଫୋରଣ ଘଟିଥିଲା ​ । ଏହି ଜିଲ୍ଲା ଚୋଙ୍ଗକିଙ୍ଗ ସହର କେନ୍ଦ୍ରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଅବସ୍ଥିତ । ବିସ୍ଫୋରଣ ଫଳରେ ଏହି କାଫେଟେରିଆ ଭିତରେ ଥିବା ଅନେକ ଲୋକ ଚାପି ହୋଇଯାଇଥିଲେ । ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଘଟଣାରର ତଦନ୍ତ ଚାଲିଛି  । ତଦନ୍ତ ପରେ ପ୍ରକୃତ କାରଣ ପଦାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ପ୍ରଶାସନ ।

 

Leave a Reply