ଚୀନକୁ କନ୍ଦାଇଲାଣି କୋରୋନା, ବିଶ୍ବର ସବୁଠାରୁ ଭୟାନକ ଆକ୍ରମଣ ଆଶଙ୍କା

ବେଜିଂ: ଚୀନରେ କରୋନା ଉତ୍ପାତ । ଆସନ୍ତା ଦିନରେ ଗୁରୁତର ହୋଇପାରେ ସଂକ୍ରମଣ । ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେବା ସହ ୫ ହଜାର ଲୋକ ପ୍ରାଣ ହରାଇବା ଆଶଙ୍କା ରହିଛି । ଏହି ସଂକ୍ରମଣ ବିଶ୍ବର ସବୁଠାରୁ ଭୟାନକ ଆକ୍ରମଣ ହେବ ବୋଲି ସୂଚନା ମିଳିଛି । ଯଦି ବାସ୍ତବରେ ଏହି ଧାରାରେ ସଂକ୍ରମଣ ଜାରି ରୁହେ ତେବେ ଆସନ୍ତା ଜାନୁଆରୀରେ ଦୈନିକ ୩୭ ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଏୟାଫିନିଟି ଲିମିଟେଡ ନାମକ ଲଣ୍ଡନଭିତ୍ତିକ ରିସର୍ଚ୍ଚ ଫାର୍ମ କହିଛି ।

ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ଦୈନିକ ୪୨ ଲକ୍ଷ ହେବ ବୋଲି ସଂସ୍ଥା କହିଛି । ଗତକାଲି ଚୀନରେ ୨ ହଜାର ୯୬୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତେଣେ ଚୀନକୁ ଆଇବୁପ୍ରୋଫେନ ଓ ପାରାସିଟାମଲ ଟାବଲେଟ ପଠାଇବା ଲାଗି ଭାରତ ନିଷ୍ପତ୍ତି ନେଇଛି ।

ଚୀନରେ ଏହି ଦୁଇଟି ମେଡିସିନର ବ୍ୟାପକ ଅଭାବ ଯୋଗୁ ଭାରତ ଏହି ସହାୟତା ଦେବା ଲାଗି ଘୋଷଣା କରିଛି । ଏନେଇ ସୂଚନା ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ବା ସିଡିଏସସିଓ ।