ଦ୍ବିତୀୟ ଦିନ : ଚିଲିକାରେ ଚାଲିଛି ଡଲଫିନ୍ ଗଣନା
1 min readନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ଦ୍ଵିତୀୟ ଦିନ ପାଇ ଚାଲିଛି ଡଲଫିନ ଗଣତି। ଗତକାଲି ଗଣତି ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ମଧ୍ୟ ଡଲଫିନ ଗଣତି ଚାଲିବ। ଆଜି ଦ୍ୱିତୀୟ ପର୍ଯ୍ୟାୟରେେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଏହି ଗଣନା । ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁର ୨ଟି ରେଞ୍ଜରେ ଚାଲିଛି ଗଣତି। ଡଲଫିନ୍ ଗଣନାରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି। ବାଲୁଗାଁ ବଡ଼କୂଳରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ନିୟୋଜିତ ହୋଇଛନ୍ତି। ଜିପିଏସ ସିଷ୍ଟମ ଓ ବାଇନାକୁଲାର ମାଧ୍ୟ୍ୟମରେ ଚାଲିଛି ଏହି ଗଣତି। ଡଲଫିନ୍ ଗଣନାରେ ୧୦୦ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ଅଛନ୍ତି। ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ , ସିଡ଼ିଏ , ଜଙ୍ଗଲ ବିଭାଗ କର୍ମଚାରୀ ସମେତ ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି।