ବିଜ୍ଞାନର ଯୁଗରେ ବିଶ୍ବାସର ବେତମାଡ଼

1 min read

ଜଳେଶ୍ୱର: ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ମଣିଷ । ଭୂତ ଲାଗିଛି କହି ନାବାଳକକୁ ଚପଲ କାମୁଡ଼ିବାକୁ କହିଲେ ଆଉ  ପିଠିରେ ଛାଟ ମାରିଲେ। ଦୁଇଜଣ ଗୁଣିଆ ଲାଗିଛନ୍ତି ଏହି କାର୍ଯ୍ୟରେ । ଜଣେ ହାତରେ ବେତ ଧରିଛି ଏବଂ ଆଉ ଜଣେ ଗୋଛା ଧରି ଭୂତ ଛଡ଼ାଇବାରେ ବ୍ୟସ୍ତ । ନାବାଳକକୁ ପାଖ ଜଙ୍ଗଲକୁ ନେଇ ସେଠାରେ ଭୂତ ଛଡ଼ାଇବାକୁ ଉଦ୍ୟମ କରାଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଦେଖନ୍ତୁ, ଦୁଇଜଣ ଗୁଣିଆ ନାବାଳକ ଜଣକୁ ଧୂପ ଦେଇ ନିର୍ଧୁମ ପିଟିବାରେ ବ୍ୟସ୍ତ।

https://www.facebook.com/nandighoshatv/videos/465879344041396/?eid=ARC8v5g-xswbL88AYRiiWHKEe_8zBX2wxVeIGR6yKJjPpUPx9UFNMJ9m-pqthwJKYPvUp6b4m6t5ux-L

ଏଭଳି ଘଟଣା ଦେଖିବାକୁ ମଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରାଣୀଗୁଡ଼ା ଗାଁରେ ।କମର୍ଦ୍ଦ। ରାଣୀଗୁଡ଼ା ଗାଁ ରାସ୍ତାର ଏ ଦୃଶ୍ୟ ଆମ ମାନବିକତା, ଆମ ଶିକ୍ଷା ଦିକ୍ଷାକୁ ଲଙ୍ଗଳା କରିଦେଇଛି । ସେହି ଗାଁର ୧୦ ବର୍ଷର ବାଳକର ଦେହ ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ଡାକ୍ତରଖାନାକୁ ନେବା ବଦଳରେ ନାବାଳକକୁ ଗୁଣିଆ ପାଖକୁ ନେଇଯାଇିଥିଲେ ।  ନାବାଳକ ଦେହରେ ଭୂତ ଲାଗିଛି ବୋଲି ଗୁଣିଆ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ତା’ପରେ ଗୁଣିଆ ଜଣକ ତାଙ୍କ କରାମତି ଦେଖାଇଥିଲେ । ନାବାଳକ ଜଣକ ବେହୋସ୍ ହେବା ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରାଯାଇଥିଲା । ଗୁଣିଆ ଜଣକ ସେହି ଗାଁର ଅଜୟ ରାଉଳ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରୁଛି ।

କିନ୍ତୁ ଏଠି ଅନେକ ପ୍ରଶ୍ନ ଉଠୁଛି । ପାଖରେ ଠିଆ ହୋଇ ଦେଖୁଥିବା ଲୋକେ ବିକଳାଙ୍ଗ ବିକୃତ ମୃସ୍ତିଷ୍କଧାରୀ ନୁହଁନ୍ତି ତ ? କଣ ଦେଖୁଛନ୍ତି ଆଉ କଣ ଶିଖୁଛନ୍ତି ଏମାନେ ? ପିଲାଟିକୁ କଣ୍ଟା ବାଡ଼ିରେ ପିଟିବା ସହ ଚପଲ ଖୁଆଇ ଦିଆଯାଉଛି । ଏମିତି କଲେ କଣ ଭୂତ ଛାଡ଼ିଯିବ ? ପିଲା ଦେହରେ ଭୂତ ସବାର ହୋଇଛି, ନା ଆମ ମନରେ । ଆମେ ମଣିଷ ନା ମଣିଷ ନାମର ଗୋଟେ ଗୋଟେ ଭୂତ ?? ଛି.. ଛି…ଛି… ମହାପ୍ରଭୁ ଏମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ… ')}

Leave a Reply