ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋଡିଂରେ ସଜେଇ ହୋଇଛି ଦୁବାଇ ରାଜରାସ୍ତା
1 min read
ଭୁବନେଶ୍ୱର: ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଏଥିପାଇଁ ସଜେଇ ହୋଇଛି ଦୁବାଇର ରାଜରାସ୍ତା । ଲାଗିଛି ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହୋଇଛି ।
ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋକେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ଅନୁକୂଳ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ । ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଫେରି ସେହିଦିନ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।