ନନ୍ଦିଘୋଷ ଟିଭିର ପ୍ରଥମ ସ୍ୱନକ୍ଷତ୍ର : ‘ଆମେ ଟିଆରପି ନୁହେଁ ଲୋକଙ୍କ ଆସ୍ଥା ଜିତିବା ରେସ୍‌ରେ ଅଛୁ’

ଭୁବନେଶ୍ୱର: ଆମେ ଟିଆରପି ଦୌଡ଼ରେ ନାହୁଁ , କିନ୍ତୁ ଲୋକଙ୍କ ଆସ୍ଥା ଭାଜନ ହେବା ରେସରେ ରହିଛୁ । ଆମେ ମୁହଁରେ ରଙ୍ଗ ମାଖି ଖବର ପରିବେଷଣ କରିବୁ କିନ୍ତୁ ଖବରରେ ରଙ୍ଗ ମାଖିବୁ ନାହିଁ । ସମସ୍ତଙ୍କଠାରୁ ଆଗରେ, ସବୁଠୁ ଆଗରେ ନିର୍ଭୁଲ ଖବର ପରିବେଷ କରିବୁ । ଏ ଥିଲା ଠିକ୍ ୧ ବର୍ଷ ତଳେ ନନ୍ଦିଘୋଷ ଟିଭିର ଲୋକାପର୍ଣ ଅବସରରେ ସଂସ୍ଥା ପକ୍ଷରୁ ନିଆଯାଇଥିବା ସଂକଳ୍ପ । ଯାହାକୁ ଆଜିର ସ୍ୱନକ୍ଷତ୍ର ଦିବସରେ ମନେପକାଇଛନ୍ତି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର । ନନ୍ଦିଘୋଷ ଟିଭିର ସ୍ୱନକ୍ଷତ୍ର ଦିବସ ଅବସରରେ ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ସ୍ୱତନ୍ତ୍ର ଚିନ୍ତନ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ର ଉଦ୍‌ଘାଟନ ଅବସରରେ ସେ ଆହୁରି କହିଛନ୍ତି ଯେ, ଆଜିକୁ ଠିକ୍ ୧ ବର୍ଷ ତଳେ ଆମେ ଯେଉଁ ସବୁ ସଂକଳ୍ପ ନେଇଥିଲୁ, ଜନସାଧାରଣ ଭଲ ପାଇବାରୁ ହୃଦବୋଧ ହେଉଛି ଆମେ ଆମ ସଂକଳ୍ପକୁ କିଛି କିଛି ମାତ୍ରାରେ ସଫଳ ହୋଇଛୁ ଏବଂ ସେ ଦିଗରେ ଆଗକୁ ବଢ଼ୁଛୁ  । ଏଥିସହିତ ଲୋକଙ୍କ ଭଲ ପାଇବା ପାଇଁ ନନ୍ଦିଘୋଷ ଟିଭି ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଭଟ୍ଟମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆମେ ପୂର୍ବଭଳି ଅତିରଞ୍ଜିତ ଖବରଠାରୁ ଦୂରେଇ ରହିବୁ ଲୋକଙ୍କ ସେବାର ବ୍ରତୀ ରହିବୁ ବୋଲି ସେ କହିଛନ୍ତି । 

ଅପରପକ୍ଷରେ ଜାତି ନନ୍ଦିଘୋଷ କନକ୍ଳେଭ୍ ଉଦ୍ଘାଟନ ଅବସରରେ ସ୍ୱାଗତ ଭାଷଣ ରଖିଛନ୍ତି ସିଇଓ ଜବର ସିଂ ପନୱର   ନିଜ ସ୍ୱାଗତ ଭାଷଣରେ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ସେମାନଙ୍କ ଆସ୍ଥା, ବିଶ୍ୱାସ  ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅନବରତ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିଥିବା  ନନ୍ଦିଘୋଷ ଟିଭି ଏହାର ଡିଜିଟାଲ ଟିମ୍କୁମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମାତ୍ର ବର୍ଷ ମଧ୍ୟରେ  ନନ୍ଦିଘୋଷ ଟିଭିର ୟୁଟ୍ୟୁବ ପ୍ଳାଟଫର୍ମରେ ପାଖାପାଖି ମିଳିୟନ୍ ୟୁଜର ଯୋଡ଼ିହୋଇଛନ୍ତି

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Reply