CSKକୁ ଜିତାଇଲେ ଓଡ଼ିଆ ପୁଅ, ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ଫାଇନାଲରେ ଚେନ୍ନାଇ

1 min read

ଚେନ୍ନାଇ: IPL ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । ଗୁଜରାଟ ଟାଇଟନ୍ସ ଉପରେ ଭାରି ପଡ଼ିଲେ ମାହି ବାହିନୀ । ଡିଫେଣ୍ଡିଂ ଚମ୍ପିଆନ୍ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଫାଇନାଲରେ CSK । ଏହି ବିଜୟ ସହ ଆଇପିଏଲରେ ଦଶମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ଜିତାଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁଙ୍କ ରନ୍ ଆଉଟ ଫଳରେ IPL ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ଗତ ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିଲା ପ୍ରଥମ କ୍ୱାଲିଫାଏର ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ପହଞ୍ଚିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଦଳ । ପ୍ରଥମ କ୍ୱାଲିଫାଏର ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଗୁଜରାଟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାମ୍ନାରେ ୧୭୩ ରନର ଟାର୍ଗେଟ ରଖିଥିଲା ଚେନ୍ନାଇ । କିନ୍ତୁ ଏହି ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଥିଲା ଗୁଜରାଟ । ଯାହା ଫଳରେ ଚେନ୍ନାଇ ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଏହି ହାଇ ଭୋଲଟେଜ୍ ମ୍ୟାଚରେ ନିର୍ଣ୍ଣାୟକ ହେଲା ଶୁଭ୍ରାଂଶୁଙ୍କ ରନ୍ ଆଉଟ । ଶୁଭ୍ରାଂଶଙ୍କ ରନ୍ ଆଉଟ ଫଳରେ ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାଏର ସବଷ୍ଟିଚ୍ୟୁଟ୍ ଫିଲଡର ଭାବେ ଆସି ଖେଳର ରୂପ ବଦଳାଇ ଦେଇଥିଲେ ଓଡ଼ିଆ ପୁଅ । ମ୍ୟାଚରେ ୧୮ ତମ ଓଭରର ଚତୁର୍ଥ ବଲରେ ଦର୍ଶନ ନଲକଣ୍ଡେଙ୍କୁ ଡାଇରେକ୍ଟ ଥ୍ରୋ ମାରି ରନ୍ ଆଉଟ କରିଥିଲେ ଶୁଭ୍ରାଂଶୁ । ଏହି ରନ୍ ଆଉଟ ହିଁ ବଦଳାଇ ଦେଇଥିଲା ମ୍ୟାଚର ରୂପ । ଏହି ରନ୍ ଆଉଟ ଫଳରେ ବ୍ୟାକ୍ ଫୁଟକୁ ଆସିଥିଲା ଗୁଜରାଟ । ଶୁଭ୍ରାଂଶଙ୍କ ଏହି ଦମଦାର ଫିଲ୍ଡିଂ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ମହେନ୍ଦ୍ର ସିଂ ଧୋନୀ ।

ସୂଚନା ଅନୁସାରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି । କିନ୍ତୁ ଏପର୍ଯ୍ୟନ୍ତ CSK ପାଇଁ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଶୁଭ୍ରାଂଶୁ । କିନ୍ତୁ ସବଷ୍ଟିଚ୍ୟୁଟ୍‌ ଫିଲଡର ଭାବେ ଆସି ପଡ଼ିଆରେ ଜଲଓ୍ୱା ଦେଖାଇଛନ୍ତି ଶୁଭ୍ରାଂଶୁ ସେନାପତି । ତେବେ ଶୁଭ୍ରାଂଶୁଙ୍କ ଏହି ଦମଦାର ପ୍ରଦର୍ଶନ ଫଳରେ ସେ ଆଗାମୀ ଦିନରେ CSK ପାଇଁ ନିଶ୍ଚିତ ଭାବେ ଖେଳିବେ ବୋଲି ଆଶା ରଖିଛନ୍ତି ତାଙ୍କ ପ୍ରଶଂସକ ।