ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ବୋଲିଂ ବାଛିଲା

ଆବୁଧାବି: ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟସ୍ ଜିତଛି ଚେନ୍ନାଇ ସୁପରକିଙ୍ଗ୍ସ । ଟସ୍ ଜିତି ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଚଳିତ ବର୍ଷ କୋଭିଡ୍ କାରଣରୁ ବିନା ଦର୍ଶକରେ ଭାରତ ବାହାରେ ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି ।