ଲଞ୍ଚ ହେବ OnePlusର ଶସ୍ତା ଫୋନ୍ , ଜାଣନ୍ତୁ କଣ ରହିଛି ଫିଚର୍ସ

1 min read

ଆଜି, OnePlus Nord ଏହାର ସବୁଠାରୁ ଶସ୍ତା ଫୋନ ଲଞ୍ଚ କରିବ । ଦୀର୍ଘ ଦିନ ଧରି OnePlus Nord ନୂଆ ଫୋନ୍ ବିଷୟରେ ଆଲୋଚନା ହେଉଥିଲା । OnePlus ୮ ସିରିଜ୍ ଲଞ୍ଚ ହେବା ପରେ OnePlus ର ଏହି ନୂଆ ଫୋନ୍ ବିଷୟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା । କମ୍ପାନୀ ଆଜି ଏହି ଫୋନକୁ ଆନୁଷ୍ଠାନିକ ଭାବେ ଲଞ୍ଚ କରିବ। ଏହି ଫୋନର ଅଧିକାଂଶ ଫିଚର୍ସ ସାମ୍ନାକୁ ଆସିସାରିଛି । ଏହି ଫୋନ୍ OnePlus 8 Lite ନାମରେ ଲଞ୍ଚ ହୋଇପାରେ । OnePlus Z ନାମ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏବେ OnePlus Nord ନାମକ ଏହି ଫୋନ୍ ଆଜି ସନ୍ଧ୍ୟା ସାଢେ ୭ଟାରେ ଲଞ୍ଚ ହେବ । OnePlus Nord ହେଉଛି କମ୍ପାନୀର ସବୁଠାରୁ ଶସ୍ତା ଫୋନ  । ତେବେ ଫୋନର ଦାମ ବିଷୟରେ ଏଯାଏଁ କୌଣସି ସୂଚନା ଆସିନାହିଁ । କିନ୍ତୁ ବିଶ୍ୱାସ କରାଯାଏ ଯେ ଫୋନର ଦାମ ପ୍ରାୟ ୩୭,୦୦୦ ଟଙ୍କା ହୋଇପାରେ।

କମ୍ପାନୀ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସ୍ପଷ୍ଟ କରିସାରିଛି ଯେ, 5G OnePlus ଫୋନ୍ ରେ କଣ ଫିଚର୍ସ ରହିବ । ଟିଜର ଦେଖିଲେ ଲାଗୁଛି ଯେ,  ଦେଶରେ ଲଞ୍ଚ ହେବାକୁ ଥିବା ୱାନ୍ ପ୍ଲସ ନର୍ଡ ସବୁଠାରୁ ଭଲ 5G ଫୋନ ହେବ। ଡିଭାଇସରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୬୫ ଜି ୫ଜି ପ୍ରୋସେସର ଦିଆଯିବ । OnePlus Nord ରେ ଏମୋଲେଡ୍ ଡିସପ୍ଲେ ରହିଛି । OnePlus ର କୌଣସି ଡିଭାଇସରେ ପ୍ରଥମ ଥର ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ସହିତ ଏକ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଦିଆଯିବ ।


OnePlus Nord ର କ୍ୟାମେରା ବିଷୟରେ କହିବାକୁ ଗଲେ ଏହା ୪୮ ମେଗାପିକ୍ସେଲ ସୋନି IMX୫୮୬ ପ୍ରାଇମେରୀ କ୍ୟାମେରା ସେନସର ରହିବ । ଏଥିରେ ୮ ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଓ ୫ ମେଗାପିକ୍ସେଲର କ୍ୟାମେରା ସହ ଚତୁର୍ଥ ମାକ୍ରୋ ସେନ୍ସର ବ୍ୟାକ୍ ପ୍ୟାନେଲରେ ରହିବ ।  ଏଥି ସହିତ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୩୨ ମେଗାପିକ୍ସେଲ ପ୍ରାଇମେରି ସେନସର ଏବଂ ଦ୍ୱିତୀୟ ସେକେଣ୍ଡାରୀ ସେନସର ମଧ୍ୟ ଦିଆଯିବ । ଫୋନ୍ ବ୍ୟାକ୍ ରେ ମଧ୍ୟ ଏକ କ୍ୱାଡ୍ କ୍ୟାମେରା ଏବଂ ଆଗ ପ୍ୟାନେଲରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ଏହି ଫୋନ୍ ରେ ୭୬୫ଜି ପ୍ରୋସେସର୍ ଏବଂ ୧୨ ଜିବି RAM ରହିବ । ଏଥିରେ ୩୦W ଚାର୍ଜ ସପୋର୍ଟ ସହିତ ୪୧୧୫ mAh ବ୍ୟାଟେରୀ ରହିବ  ।

Leave a Reply