ଓଡ଼ିଶା ପାଣି ଉପରେ ଛତିଶଗଡ଼ର ଆଖି, ମହାନଦୀ ପରେ ଇନ୍ଦ୍ରାବତୀ ଜଳ ନେବାକୁ ଚାଲିଛି ଚକ୍ରାନ୍ତ

1 min read

ନନ୍ଦିଘୋଷ ବ୍ୟୁରୋ : ମହାନଦୀ ପରେ ଇନ୍ଦ୍ରାବତୀ ଚକ୍ରାନ୍ତ । ଓଡ଼ିଶା ପାଣି ଉପରେ ପଡ଼ୋଶୀ ରାଜ୍ଯର ଆଖି । ଆଇନ ଭାଙ୍ଗୁଛନ୍ତି ଛତିଶଗଡ଼ ସରକାର । ସ୍ଥିତି ଅନୁଧ୍ଯାନ କଲା ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ । ଇନ୍ଦ୍ରାବତୀର ଶାଖା ହେଉଛି ଯୋହଁରା ନଦୀ । ୨୦୦୩ରେ CWC ପକ୍ଷରୁ ଉଭୟ ସରକାର ୫୦ ଭାଗ ଲେଖାଏଁ ପାଣି ନେବାକୁ ଚୁକ୍ତି ହୋଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ଏହି ଚୁକ୍ତିକୁ ଖିଲାପ କରାଯାଇଛି । କିଛିଦିନ ହେବ ଯୋହଁରା ନଦୀ ମୁହାଣରେ ବାଲି ବନ୍ଧ କରି ଛତିଶଗଡ଼ ଆଡ଼କୁ ପାଣି ନେବାକୁ ଚାଲିଛି ଚକ୍ରାନ୍ତ । ଏହାକୁ ନେଇ କୋଟପାଡ଼ ବ୍ଲକର ୮ ପଞ୍ଚାୟତର ଚାଷୀମାନଙ୍କ ମଧ୍ୟରେ ଛନକା ପଶିଛି । ପ୍ରତିବାଦରେ ୮ ପଞ୍ଚାୟତର ବହୁ ଚାଷୀ ବାଲି ବନ୍ଧକୁ ଭାଙ୍ଗି ଦେଇଛନ୍ତି । ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ ବିଜେଡିର ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଯୋହଁରା ମୁହାଣରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି।

ଯୋହଁରା ନଦୀ ପାଣିକୁ କୌଣସି ପରିସ୍ଥିତିରେ ଛାଡିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି । ସରକାର ଓଡ଼ିଶାର ଚାଷୀଙ୍କୁ ପାଣି ନ ଛାଡ଼ିବାକୁ ଏପରି ବନ୍ଧ କରୁଥିବା ଦେଖିବାକୁ ମିଳିଛି । ଯାହାକି ଡବଲ ଇଞ୍ଜିନ ସରକାରଙ୍କ ଚାଷୀ ମାରଣା ନୀତିକୁ ପଦାରେ ପକାଇଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି କହିଛି ବିଜେଡି।