ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ

1 min read

ନନ୍ଦିଘୋଷ ବ୍ୟୁରୋ : ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ । ନିଦରୁ ଉଠିବ ବିକ୍ରମ ଲ୍ୟାଣ୍ଡର । ଆଜି ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆସନ୍ତାକାଲି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି  । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତିୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ ।Chandrayaan-3 Lander and Rover to Wake Up from 'Sleep' - The Observer Post

ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ । ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ଉପରିଭାଗରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ ।