ଇସ୍ରୋ ଲାଗି ସଫଳତାର ଆଉ ଏକ ପାହାଚ, ଲୋୟର ଅର୍ବିଟରେ ଲ୍ୟାଣ୍ଡରର ଡିବୁଷ୍ଟିଂ ସମ୍ପନ୍ନ

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋ ଲାଗି ସଫଳତାର ଆଉ ଏକ ପାହାଚ । ଲୋୟର ଅର୍ବିଟରେ ଲ୍ୟାଣ୍ଡରର ଡିବୁଷ୍ଟିଂ ସମ୍ପନ୍ନ । ଗତି ହ୍ରାସ କରିବା ଲାଗି ଲ୍ୟାଣ୍ଡରର ହେଲା ଡିବୁଷ୍ଟିଂ । ଡିବୁଷ୍ଟିଂ ଯୋଗୁ ଦୂରତା ରହିବ ମାତ୍ର 30 କିଲୋମିଟର । ଅତି ନିକଟତମ ସ୍ଥାନ ପେରିଲ୍ୟୁନର ଦୂରତା ରହିବ 30 କିମି । ସବୁଠାରୁ ଦୂର ପଏଣ୍ଟ ଆପୋଲ୍ୟୁନର ଦୂରତା ରହିବ 100 କିମି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । 23 ତାରିଖ ସନ୍ଧ୍ୟା 5ଟା 47ରେ ଲ୍ୟାଣ୍ଡର କରିବ ସଫ୍ଟ ଲ୍ୟାଣ୍ଡିଂ । ଗତକାଲି ଅଲଗା ହୋଇଥିଲା ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ।

ଇସ୍ରୋ ଟ୍ୱିଟ୍ କରି କହିଛି ଯେ ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଭଲ ସ୍ଥିତିରେ ଅଛି । ଏହାକୁ ସଫଳତାପୂର୍ବକ ଡିବୁଷ୍ଟିଂ ଅପରେଶନ କରିଛି ଯାହାଫଳରେ ଏହାର କକ୍ଷ ୧୧୩କିମିX୧୫୭ କିମି ପର୍ଯ୍ୟନ୍ତ କମ୍ ହୋଇଯାଇଛି । ଦ୍ୱିତୀୟ ଡିବୁଷ୍ଟିଂ ଅପରେସନ ୨୦ ଅଗଷ୍ଟରେ ନିର୍ଦ୍ଧାରିତ କରାଯାଇଛି । ଏହାପୂର୍ବରୁ ଗୁରୁବାର ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡର ସଫଳତାପୂର୍ବକ ଅଲଗା ହୋଇଥିଲା । ଲ୍ୟାଣ୍ଡର ମଡ୍ୟୁଲରେ ଲ୍ୟାଣ୍ଡର ଏବଂ ରୋଭର ଅଛନ୍ତି । ବିକ୍ରମ ଲ୍ୟାଣ୍ଡରକୁ ଏହି ମିଶନରେ ପ୍ରାୟ ୧୦୦ କିମି ଦୂରତା ନିର୍ଦ୍ଧାରିତ କରିବାର ଅଛି । ଲ୍ୟାଣ୍ଡର ଏବେ ନିଜ ଉଚ୍ଚତା କମ୍ ଏବଂ ଗତି କମ୍ କରିବା ସହ ଆଗକୁ ବଢ଼ିବ ।