ଚନ୍ଦ୍ରରେ ଲ୍ୟାଣ୍ଡର ଅବତରଣ ସ୍ଥାନର ନାଁ ହେବ ’ଶିବଶକ୍ତି’ : ପ୍ରଧାନମନ୍ତ୍ରୀ

1 min read

ବାଙ୍ଗାଲୋର: ସପଲ ହୋଇଛି ଭାରତର ଚନ୍ଦ୍ରଯାନ-୩ ମିଶନ । ଇସ୍ରୋ ବୈଜ୍ଞାନିକଙ୍କୁ ଶନିବାର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଜ୍ଞାନିକଙ୍କୁ ଉଦବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କଲା ସେ ସ୍ଥାନକୁ ‘ ଶିବଶକ୍ତି’  କୁହାଯିବ ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନରେ ପ୍ରକାଶ କରିଛନ୍ତି । ଏହାସହ   ଅଗଷ୍ଟ ୨୩ ତାରିଖ ଦିନ ଭାରତ ଚନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏଣୁ ଏହି ଦିନକୁ  ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍‌-ଲ୍ୟାଣ୍ଡିଙ୍ଗ୍‌ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ରଖାଯିବ । ଏହା ହେବ ଚନ୍ଦ୍ରାଭିଯାନ ପାଇଁ ଭାରତ କରିଥିବା ସମସ୍ତ ପ୍ରଚେଷ୍ଟାର ପ୍ରେରଣା। ବିଫଳତା ଶେଷ ପରିଣତି ନୁହେଁ ବୋଲି ଏହା ଆମକୁ ସ୍ମରଣ କରାଇ ଦେବ। ମହିଳା ବୈଜ୍ଞାନିକଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ମିଶନରେ ମହିଳା ବୈଜ୍ଞାନିକଙ୍କ ଅବଦାନ ରହିଛି ।