ବଢିଲା ଜଗନଙ୍କ ଅଡୁଆ; ମଦ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଡୁଆ। ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାର ଅମଳରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ପୁରୁଣା ସରକାରଙ୍କ ମଦନୀତି ଯୋଗୁ ଗତ ୫ ବର୍ଷରେ ରାଜ୍ଯରେ ୧୮ ହଜାର ୮୬୦ କୋଟି ଟଙ୍କା କ୍ଷତି ଘଟିଥିବା ଅଭିଯୋଗ ହୋଇଛି। ତତକାଳୀନ ଜଗନ ସରକାର ବିରୋଧରେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେବେ ନାଇଡୁ।

ବିଧାନସଭାରେ ଅବକାରୀ ନୀତି ସମ୍ପର୍କରେ ଶ୍ବେତପତ୍ର ଆଗତ କରି ନାଇଡୁ କହିଛନ୍ତି ତତକାଳୀନ ସରକାରର ମଦନୀତି ଯୋଗୁ ବ୍ଯାପକ ଆର୍ଥିକ କ୍ଷତି ଘଟିଛି। ମଦ କାରବାରରେ ଅନଲାଇନ ଟ୍ରାଞ୍ଜାକସନ ବଦଳରେ କ୍ଯାସ ଜରିଆରେ କାରବାର ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହଯୋଗରେ ଏହି ଦୁର୍ନୀତିର ତଦନ୍ତ ହେବ।