ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ପରେ ଗ୍ୟାସ୍ ଲିକ୍: ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଚଣ୍ଡଖୋଲ: କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଘଟିଛି । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି । ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥା ରେ ବଡ଼ଚଣା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଛି । ଜାତୀୟ ରାଜପଥର ଗୋଟିଏ ପାଖରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହିଛି ।

ଏଥିସହିତ ପଢ଼ନ୍ତୁ: ଗୋକର୍ଣ୍ଣପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ୨ ମହିଳା ମୃତ

Leave a Reply