ଚଣ୍ଡିଗଡ଼ ମ୍ୟୁନିସିପାଲଟି ନିର୍ବାଚନରେ ଆପ୍କୁ ବଡ଼ ସଫଳତା: ସର୍ବାଧିକ ଆସନ ହାସଲ କଲା ଦଳ
1 min read
ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା । ୩ପ୍ରମୁଖ ଦଳ ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଆମ ଆଦମୀ ପାର୍ଟିକୁ ସବୁଠୁ ବଡ଼ ସଫଳତା ମିଳିଛି । ଚଣ୍ଡିଗଡ଼ ମେୟର ତଥା ବିଜେପି ପ୍ରାର୍ଥୀ ରବିକାନ୍ତଙ୍କୁ ହରାଇଛନ୍ତି ଆମ ଆଦମୀ ପାର୍ଟିର ଦମନପ୍ରୀତ ସିଂ। ଓ୍ବାର୍ଡ ନମ୍ବର ୧୭ରେ ଦମନପ୍ରୀତ ୭୨୮ଭୋଟରେ ରବିକାନ୍ତ ଶର୍ମାଙ୍କୁ ହରାଇଛନ୍ତି । ମୋଟ ୩୫ ଓ୍ବାର୍ଡରେ ନିର୍ବାଚନ ହୋଇଥିବା ବେଳେ ୧୪ ଓ୍ବାର୍ଡରେ ଆପ୍ ପ୍ରାର୍ଥୀ ଜିତିଛନ୍ତି । ସେହିପରି ବିଜେପି ୧୨ଟି ସିଟ ଜିତିଛି । କଂଗ୍ରେସ ୮ଟି ସିଟରେ ଜିତିଥିବା ବେଳେ ଅକାଳୀ ଦଳ ଗୋଟିଏ ସିଟରେ ସନ୍ତୁଷ୍ଟ ହୋଇଛି ।
ପ୍ରଥମ ଥର ଲାଗି ଚଣ୍ଡିଗଡ଼ ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ୁଥିବା ଆପ୍ ପାଇଁ ଏହା ବିରାଟ ସଫଳତା । ଚଣ୍ଡିଗଡ଼ରେ ଆପ୍ର ବିଜୟ ଏକ ଟ୍ରେଲର । ପଞ୍ଜାବରେ ପିକଚର ଅଭି ବାକି ହେ ବୋଲି କହିଛନ୍ତି ଦିଲ୍ଲୀ ରାଜେନ୍ଦ୍ର ନଗରର ଏମପି ତଥା ଆପ୍ ନେତା ରାଘବ ଚଡ୍ଡା । ସେ କହିଛନ୍ତି, କେଜରିଓ୍ବାଲ ମଡେଲ ପ୍ରତି ଲୋକଙ୍କ ବିଶ୍ବାସ ରହିଛି । ଯାହା ଏହି ମ୍ୟୁନିସିପାଲିଟି ରେଜଲ୍ଟରୁ ସ୍ପଷ୍ଟ ହୋଇଛି ବୋଲି ରାଘବ କହିଛନ୍ତି ।
ଗତ ମ୍ୟୁନିସିପାଲଟି ନିର୍ବାଚନରେ ବିଜେପି ମୋଟ ୨୬ଟି ସିଟ୍ରୁ ୨୧ଟି ସିଟ୍ରେ ବିଜୟୀ ହୋଇଥିଲା । ତେବେ ଚଳିତ ନିର୍ବାଚନରେ ମୋଟ ୧୨ଟି ଓ୍ୱାର୍ଡରେ ବିଜୟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ଡିସେମ୍ୱର ୨୪ରେ ଅନୁଷ୍ଠିତ ଏହି ନିର୍ବାଚନରେ ମୋଟ ୬୦.୪୫ ପ୍ରତିଶତ ମତଦାନ ହୋଇଥିଲା ।
ତେବେ ଏହି ନିର୍ବାଚନ ଫଳାଫଳ ପରେ ଆମ୍ ଆଦମୀ ପାର୍ଟି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟ ଢ଼େର ଉତ୍ସାହ ଦେଖିବାକୁ ମିଳିଛି । ଏହି ଫଳାଫଳରେ ପଞ୍ଜାବରେ ହେବାକୁ ଥିବା ପରିବର୍ତ୍ତନକୁ ଦର୍ଶାଉଥିବା ଟ୍ୱିଟ୍ କରି କହିଛନ୍ତି ଦଳୀୟ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ।
चंडीगढ़ नगर निगम में आम आदमी पार्टी की ये जीत पंजाब में आने वाले बदलाव का संकेत है।चंडीगढ़ के लोगों ने आज भ्रष्ट राजनीति को नकारते हुए AAP की ईमानदार राजनीति को चुना है।
AAP के सभी विजयी उम्मीदवारों एवं सभी कार्यकर्ताओं को बहुत-बहुत बधाई।
इस बार पंजाब बदलाव के लिए तैयार है।
— Arvind Kejriwal (@ArvindKejriwal) December 27, 2021