ଏସିଆ କପ ଦଳରେ ଅଶ୍ବିନୀ, ଚହଲଙ୍କୁ ଦଳରେ ସାମିଲ କରିବାକୁ ଦାବି

ୟନନ୍ଦିଘୋଷ ବ୍ୟୁରୋ: ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ଦକ୍ଷ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ଏବଂ ୟୁଜବେନ୍ଦ୍ର ଚହଲ ଦଳରେ ସ୍ଥାନ ପାଇନାହାନ୍ତି । ଯାହାକୁ ଅନେକ କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟର ସହଜରେ ଗ୍ରହଣ କରିପାରୁନାହାନ୍ତି । ଦଳରେ ପୁଣିଥରେ ଏହି ଦୁଇ ଖେଳାଳିଙ୍କୁ ସାମିଲ କରିବାକୁ ଦାବି କରାଯାଉଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମଦନ ଲାଲ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଦଳରେ ଏହି ଦୁଇ ଖେଳାଳିଙ୍କୁ ସାମିଲ କରାଯାଉ । ଆଗକୁ ବିଶ୍ବକପ ଆସୁଥିବାବେଳେ ଏମାନଙ୍କୁ ଏସିଆ କପରେ ସାମିଲ କରାଯାଉ । ସେପଟେ ବିଶ୍ବକପରେ ଯଦି ଏମାନଙ୍କୁ ସାମିଲ କରାନଯାଏ ତାହେଲେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିବ । କୁଲଦୀପ ଯାଦବ ସ୍ପିନରଙ୍କ ମଙ୍ଗ ଧରୁଥିବାବେଳେ ଜାଡ଼େଜା ଏବଂ ଅକ୍ଷର ପଟେଲ ସାମିଲ ଅଛନ୍ତି । ଯଦି ବିଶ୍ବକପରେ ଚହଲ ଅଶ୍ବିନୀଙ୍କ ବଦଳରେ କୁଲଦୀପଙ୍କୁ ସ୍ଥାନ ମିଳେ ତାହେଲେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ କୁଲଦୀପଙ୍କ ବଲକୁ ଭଲଭାବେ ଜାଣିପାରନ୍ତି । ପୂର୍ବ ମ୍ୟାଚଗୁଡ଼ିକ ଯଦି ନଜରକୁ ନେବା ତାହେଲେ ଚହଲ କୁଲଦୀପ ତୁଳନାରେ ଭଲ ସ୍ପିରନ ହେବେ । ତେବେ କେବଳ ମଦନ ଲାଲ ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ଅଶ୍ବିନୀ ଏବଂ ଚହଲଙ୍କୁ ଦଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।