ଚରମବାଣୀ ଶୁଣାଇଲା ସେସୁ, ବିଲ୍ ନଭରିଲେ ଅନ୍ଧାର ହୋଇଯିବ ଘର

ଭୁବନେଶ୍ୱର: ସାବଧାନ, କଟିଯିବ ଆପଣଙ୍କ ଘରୁ ବିଦ୍ୟୁତ୍ । ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବ ସେସୁ । ବକେୟା ଦେଇନଥିବା ଗ୍ରାହକଙ୍କ ଠାରୁ ବିଦ୍ୟୁତ୍ କଟାଯିବା ନେଇ ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ସେସୁର ୭ ଲକ୍ଷ ଉପଭୋକ୍ତାଙ୍କ ପାଖରେ ପ୍ରାୟ ୧୯୭୧ କୋଟି ଟଙ୍କା ବିଲ୍ ବକେୟା ରହିଛି । ସେଥି ମଧ୍ୟରୁ ୧ ଲକ୍ଷ ୧୦ ହଜାର ଲୋକ ବକେୟା ପୈଠ କରିଛନ୍ତି । ଏପର୍ଯ୍ୟନ୍ତ ମାତ୍ର ୨୧ କୋଟି ଟଙ୍କା ବକେୟା ଆଦାୟ ହୋଇଛି । ୧୫ ତାରିଖ ସୁଦ୍ଧା ବାକି ଟଙ୍କା ପୈଠ ନକଲେ ବିଦ୍ୟୁତ୍ କଟାଯିବ ବୋଲି ଗ୍ରାହକଙ୍କୁ ଚରମବାଣୀ ଶୁଣାଇଛି ସେସୁ ।ବକେୟା ବିଲ୍ ପୈଠ ପାଇଁ ସେସୁ ୮ ଲକ୍ଷ ୩୬ ହଜାର ଘରୋଇ ଗ୍ରାହକ, ୫୯ ହଜାର ୧୯୦ ବାଣିଜ୍ୟିକ ଗ୍ରାହକଙ୍କୁ ପୁଣିଥରେ ନୋଟିସ୍ ପଠାଇଛି । ୫ ହଜାର ୯୬୫ ସରକାରୀ ସଂଯୋଗରେ ୬୪ କୋଟି ୩୫ ଲକ୍ଷ ଟଙ୍କା ବାକି ପଡ଼ିଛି । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଟଙ୍କା ପୈଠ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି

Leave a Reply