ଦେଶର ୧୧ ସହର ଉପରେ ନଜର, ଖୋଲିବ ଜିମ୍ ଓ ଧାର୍ମିକ ସ୍ଥଳ !

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ପରେ ଆଉ ବଢ଼ିବ କି ଲକଡାଉନ୍ ? ଆସନ୍ତା ୩୧ ତାରିଖରେ ଲକଡାଉନ୍ ୪.୦ ସରୁଥିବା ବେଳେ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକଡାଉନ୍ ୫.୦କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ରେ କଥା ହୋଇପାରନ୍ତି । ତେବେ, ପଞ୍ଚମ ପର୍ଯ୍ୟାୟ ଲକଡାଉନରେ ଦେଶରେ କରୋନା ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ୧୧ ସହରରେ କୌଣସି ରିହାତି ମିଳନପାରେ । ୧୧ ସହରକୁ ବାଦ୍ ଦେଇ ସାରା ଦେଶରେ ଅଧିକ ରିହାତି ମିଳିପାରେ ।

ସୂତ୍ର ଅନୁସାରେ ପଞ୍ଚମ ପର୍ଯ୍ୟାୟ ଲକଡାଉନରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, ପୁନେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମଦାବାଦ, ଜୟପୁର, ସୁରତ ଓ କୋଲକାତା ସହରକୁ ଆଶ୍ୱସ୍ତି ମିଳିନପାରେ । ଏହି ସବୁ ସହରରେ ୭୦ ପ୍ରତିଶତରୁ ଅଧିକ କରୋନା ସଂକ୍ରମଣର ମାମଲା ଆସିଛି । କେବଳ ଅହମଦାବାଦ, ଦିଲ୍ଲୀ, ପୁନେ, କୋଲକାତା ଓ ମୁମ୍ବାଇରେ ସଂକ୍ରମଣର ଶତକଡ଼ା ୬୦ ପ୍ରତିଶତ ।

ତେଣୁ, ୧୧ ସହରକୁ ବାଦ୍ ଦେଇ ଦେଶରେ ଧାର୍ମିକ ସ୍ଥଳ ଖୋଲିବାକୁ ପଞ୍ଚମ ପର୍ଯ୍ୟାୟ ଲକଡାଉନରେ ସରକାର ଅନୁମତି ଦେଇପାରନ୍ତି । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଭଳି କଟକଣା ବଳବତ୍ତର ରହିବ । ଧାର୍ମିକ ସ୍ଥଳରେ କୌଣସି ମେଳା ଓ ମହୋତ୍ସବ ଆୟୋଜନ ହୋଇପାରିବ ନାହିଁ । ଏପିରିକି ଗୋଟିଏ ସମୟରେ ଏକାଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ ।

ଏହି ପର୍ଯ୍ୟାୟରେ ସମସ୍ତ ଜୋନରେ ସେଲୁନ୍ ଓ ଜିମ ଖୋଲିବାକୁ ଅନୁମତି ଦିଆଯାଇପାରେ । କେବଳ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବ । ପୂର୍ବଭଳି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିପାରେ । ଏଥିସହ ମଲ୍ଟିପ୍ଲେକ୍ସକୁ ବନ୍ଦ ରଖାଯାଇପାରେ । ଅନ୍ତିମ ସଂସ୍କାର କାର୍ଯ୍ୟରେ ଅଧିକ ଲୋକଙ୍କୁ ସାମିଲ୍ ଅନୁମତି ସହ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ୨ ସପ୍ତାହ ଯାଏଁ ଲାଗୁ ହେବା ନେଇ ଅନୁମାନ କରାଯାଉଛି ।

ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର

Leave a Reply