ରୁଟ୍ ଅନୁସାରେ ଦେବାକୁ ପଡ଼ିବ ଭଡ଼ା, ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ସାଢେ ୩ ହଜାରରୁ ୧୦ ହଜାର ଟଙ୍କା

1 min read

ନୂଆଦଲ୍ଲୀ: ପାଖାପାଖି ୨ ମାସ ଲକଡାଉନରେ ରହିବା ପରେ ଦେଶରେ ସ୍ଥିତି ଧିରେ ଧିରେ ସାମାନ୍ୟ ହେଉଛି । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ଉଡ଼ାଣ । ଏଥିପାଇଁ କେତକ ସର୍ତ୍ତ ପାଳନ କରିବାକୁ ପଡ଼ିବ । ସରକାର ଟିକେଟର ସର୍ବାଧିକ ମୂଲ୍ୟ ସ୍ଥିର କରିଥିବା ବେଳେ ସମସ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା ଏହାକୁ ପାଳନ କରିବେ ।

ମେଟ୍ରୋ-ନନ୍ ମେଟ୍ରୋ ସହର ପାଇଁ ଅଲଗା ନିୟମ

ଘରୋଇ ଉଡ଼ାଣ ପାଇଁ ମେଟ୍ରୋରୁ ମେଟ୍ରୋ ଓ ମେଟ୍ରୋରୁ ନନ୍ ମେଟ୍ରୋ ସହର ପାଇଁ ଅଲଗା ନିୟମ ହେବ । ମେଟ୍ରୋ ସହରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସହର ରହିଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି । ତେବେ, ପ୍ରାଥମିକ ପର୍ଯାୟରେ ଏକ ତୃତୀୟାଂଶ ବିମାନସେବା ଆରମ୍ଭ ହେବ । ବିମାନରେ ଖାଇବା ମିଳିବ ନାହିଁ । କେବଳ ୩୩ ପ୍ରତିଶତ ବିମାନକୁ ଉଡ଼ାଣ ଅନୁମତି ଦିଆଯାଇଛି । ତେବେ, ବିମାନର ମଝି ସିଟକୁ ଖାଲି ରଖିବା ନେଇ କୌଣସି ନିୟମ ନାହିଁ । ତେବେ, ଉଡ଼ାଣ ବେଳେ ଅନ୍ୟ ସବୁ ନିୟମକୁ ପାଳନ କରିବାକୁ ପଡ଼ିବ ।Hardeep Singh

ଟିକେଟ୍ ଧର ଧାର୍ଯ୍ୟ କଲେ ସରକାର

ଅଗଷ୍ଟ ୨୪ ଯାଏଁ ସରକାର ସ୍ଥିର କରିଥିବା ଦର ବଳବତ୍ତର ରହିବ । ଦିଲ୍ଲୀରୁ ମୁମ୍ବାଇ ବିମାନ ଭଡ଼ା ସର୍ବନିମ୍ନ ୩୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ । ସବୁ କମ୍ପାନୀ ୪୦ ପ୍ରତିଶତ ସିଟ୍ ସର୍ବାଧିକ ଓ ସର୍ବନିମ୍ନ ଟିକେଟ୍ ଦର ଭିତରେ ବିକ୍ରି କରିବେ ।

ବିମାନ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବେ । ଏଥିପାଇଁ ଦେଶର ବିମାନ ସେବାକୁ ୭ଟି ରୁଟରେ ଭାଗ କରାଯାଇଛି । ଯାତ୍ରା ସମୟ ୩୦ ମିନିଟ୍, ୪୦ ମିନିଟ୍, ୯୦ ମିନିଟ୍, ୧୨୦ ମିନିଟ୍, ୧୫୦ ମିନିଟ୍, ୧୮୦ ମିନିଟ୍ ଓ ୨୧୦ ମିନିଟ୍ ଅନୁସାରେ ରୁଟକୁ ବଛା ଯାଇଛି ।

ବିମାନ ଯାତ୍ରା ପାଇଁ ମନ୍ତ୍ରାଳୟ ଜାରି କରିଥିବା ଏହିସବୁ ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ ।

ବିମାନ ଉଡ଼ାଣର ୨ ଘଣ୍ଟା ପୂର୍ବରୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିବେ ।

ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ରଖିବା ଜରୁରୀ ।

ଉଡ଼ାଣର ୪ ଘଣ୍ଟା ପୂର୍ବୁ ଯାତ୍ରୀଙ୍କୁ ବିମାନବନ୍ଦର ପ୍ରବେଶ ଅନୁମତି ମିଳିବ ।

ଯାତ୍ରୀ ମାସ୍କ, ଗ୍ଲୋବସ୍ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ରକ୍ଷିବା ଜରୁରୀ ।

ବିମାନବନ୍ଦର, ବିମାନ କର୍ମଚାରୀ ପିପିଇ କିଟ୍ ପିନ୍ଧିବେ ।

ବିମାନ ଭିତରେ ମଧ୍ୟ କେତକ ସତର୍କତା ପ୍ରତି ଧ୍ୟାନ ଦିଆଯିବ ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

Leave a Reply