ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା, ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

1 min read

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି । ବାରମ୍ବାର ବିବାଦ ପରେ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି କେନ୍ଦ୍ର ସରକାର । ସିଏପିଏଫ୍ ଓ ଆସାମ୍ ରାଇଫଲରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।

ଏହାସହ ଗୃହ ମନ୍ତ୍ରାଳୟ ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସସୀମାରେ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଅଧିକ ୩ ବର୍ଷର ରିହାତି ମିଳିବ । ଏହାସହ ଅଗ୍ନିପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରିଛନ୍ତି ।

ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବାୟୁସେନା ମୁଖ୍ୟ । ସୋମବାର ସୁଦ୍ଧା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବ । ଆସନ୍ତା ଡିସେମ୍ବରରୁ ଏହି ଯୋଜନାରେ ନିଯୁକ୍ତ ପ୍ରାର୍ଥୀଙ୍କୁ ତାଲିମ ଦିଆଯିବ । ସେହିପରି ଡିସେମ୍ବରରୁ ସ୍ଥଳସେନାରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ ।