କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତ

1 min read

ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସାର, ରସାୟନ ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ। କେନ୍ଦ୍ରମନ୍ତ୍ରୀ ବୁଧବାର ପାରାଦୀପରେ ପହଂଚିବା ପରେ ନେହେରୁ ବଙ୍ଗଳା ଗେଷ୍ଟହାଉସରେ ରାତ୍ରି ଯାପନ କରିଥିଲେ । ଆଜି ମନ୍ତ୍ରୀ ପାରାଦୀପ କାର୍ଗୋ ଟର୍ମିନାଲ ବୁଲି କାର୍ଯ୍ୟ କିଭଳି ଚାଲିଛି ସମୀକ୍ଷା କରିଛନ୍ତି । ଏଥିସହ ପାରାଦୀପ ବନ୍ଦର ପକ୍ଷରୁ ନିର୍ମିତ କଲ୍ୟାଣ ମଣ୍ଡପ ଓ ପ୍ରଶାସନିକ ଭବନର ଉଦଘାଟନ କରିଛନ୍ତି । ପରେ ବନ୍ଦର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇଥିଲେ । ')}

Leave a Reply