ରାଜପାଲ ଯାଦବଙ୍କ ଘରେ ସେଣ୍ଟ୍ରାଲ ବ୍ୟାଙ୍କ ଟିମ, ବାପାଙ୍କ ସମ୍ପତ୍ତି ଜବତ

ଶାହଜାନପୁର: ଉତ୍ତର ପ୍ରଦେଶ ଶାହଜାନପୁରର ସେଣ୍ଟ୍ରାଲ ବ୍ୟାଙ୍କ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି  । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମୁମ୍ବାଇ ଶାଖାରୁ ରାଜପାଲ ଯାଦବ କୋଟି କୋଟି ଟଙ୍କା ଋଣ ନେଇଥିଲେ  । ଯେଉଁଥିପାଇଁ ସେ ବାପା ନାରଙ୍ଗ ଯାଦବଙ୍କ ନାଁରେ ଥିବା ଜମି ଓ ଘର ବନ୍ଧକ ରଖି ଟଙ୍କା ଆଣିଥିଲେ  ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ମୁମ୍ବାଇ ଶାଖାର ଟିମ ଦୁଇ ଦିନ ପୂର୍ବରୁ ଶାହାଜାନପୁରରେ ପହଞ୍ଚିଥିଲା  । ଏହା ପରେ ଗୋପନୀୟ ଢଙ୍ଗରେ ଋଣରେ ବୁଡିଥିବା ରାଜପାଲ ଯାଦବଙ୍କ ସମ୍ପତ୍ତିକୁ ଜବତ କରିଥିଲା ବ୍ୟାଙ୍କ  ।

ରାଜପାଲ ଯାଦବଙ୍କ ବାପାଙ୍କ ନାମରେ କୋଟି କୋଟି ମୂଲ୍ୟର ଏହି ସମ୍ପତ୍ତି ସହରର ସଦର ବଜାର ନିକଟ ସେଟ ଏକ୍ବାଲ୍ୟାବ ପାଖରେ ଏହି ସମ୍ପତ୍ତି ରହିଛି  । ବ୍ୟାଙ୍କ କର୍ମଚାରୀ ମାନେ ଗେଟ୍‌ରେ ତାଲା ପକାଇ ସିଲ୍‌ କରିଦେଇଛନ୍ତି  । ଏହା ସହ ସେଠାରେ ବ୍ୟାଙ୍କ ସମ୍ପତ୍ତି ଲେଖି ବ୍ୟାନର ମାରିଛନ୍ତି  । ଆପଣଙ୍କୁ କହି ରଖିଛୁ ଯେ ଏହା ପୂର୍ବରୁ ଅତା ପତା ଲାପତା ଫିଲ୍ମର ଋଣ ନ ସୁଝିବା ଯୋଗୁଁ ଜେଲ ଯାଇସାରିଛନ୍ତି ରାଜପାଲ ଯାଦବ  ।

ପୁଣି ଥରେ ବ୍ୟାଙ୍କ କରଜ ନ ସୁଝିବା ଯୋଗୁଁ ବନ୍ଧକ ରଖିଥିବା ସମ୍ପତ୍ତିକୁ ଜବତ କରିଛି ବ୍ୟାଙ୍କ  ।