ନକ୍ସଲ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ପାଇଁ କମିଛି ଅନୁଦାନ

1 min read

ନୂଆଦିଲ୍ଲୀ: ସ୍ପେଶାଲ ସେଣ୍ଟ୍ରାଲ ଆସିଷ୍ଟାନ୍ସ ଯୋଜନାରେ ଓଡ଼ିଶାକୁ ଅନୁଦାନ କମିଛି । ନକ୍ସଲ ଅଧ୍ୟୁଷିତ ଜିଲ୍ଲାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅର୍ଥ ଯୋଗାଇଦିଆଯାଇଥାଏ । ଗତ ବର୍ଷ ତୁଳନାରେ ଏହି ଅର୍ଥ କମ୍ ମିଳିଥିବା ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେଇଥିବା ସୂଚନାରୁ ଜଣାପଡ଼ିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ୬୬ କୋଟି ୬୭ ଲକ୍ଷ ଟଙ୍କା ମିଳିଥିବା ବେଳେ୨୦୧୯-୨୦ରେ ୪୦ କୋଟି ଟଙ୍କା ମିଳିଛି । ସେହିଭଳି ୨୦୧୭-୧୮ରେ ମାତ୍ର ୧୦ କୋଟି ଟଙ୍କା ମିଳିଛି । ସେହିଭଳି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଓଡ଼ିଶାକୁ ‘ଫୋନି’ କ୍ଷତି ବାବଦକୁ ମୋଟ ୩୩୩୮.୨୨ କୋଟି ଟଙ୍କା ଦିଆଯାଇଛି । ୨୦୧୯ ଏପ୍ରିଲ ୨୯ରେ ୩୪୦.୮୭ କୋଟି ଟଙ୍କା  ଦିଆଯାଇଥିବାବେଳେ ୨୦୧୯ ମେ’ ମାସରେ ୧ ହଜାର କୋଟି ଟଙ୍କା ଦିଆଯାଇଛି ।

Leave a Reply