spot_img

Latest Posts

କରୋନା ଟିକା ଅଭାବ ପ୍ରସଙ୍ଗ: ପ୍ରଡକ୍ସନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରିର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟରେ ଟିକାର ଘୋର ଅଭାବ ଦେଖା ଦେଇଛି। ଏହାମଧ୍ୟରେ କେନ୍ଦ୍ର ସରକାର ରେମଡେସିଭିର ଇଂଜକସନ ତିଆରି କରୁଥିବା ଦେଶର ୭ କମ୍ପାନୀଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଆଦେଶ ଦେଇଛନ୍ତି। ନିକଟରେ କେନ୍ଦ୍ର ସରକାର ଓ ଏହି କମ୍ପାନୀ ଗୁଡିକର ଅଧିକାରୀଙ୍କ ସହିତ ହୋଇଥିବା ଆଲୋଚନା କାଳରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଉତ୍ପାଦନ ବୃଦ୍ଧି ସହିତି ସପ୍ଲାଇ ଚେନ୍ ସୁନିଶ୍ଚିତ କରିବାକୁ ସମସ୍ତ କମ୍ପାନୀଙ୍କୁ କୁହାଯାଇଛି। ଏହାସହିତ ରେମଡେସିଭିର ଇଂଜେକ୍ସନର କଳାବଜାରି ଯେପରି ନହୁଏ ତାହା ପ୍ରତି ଦୃଷ୍ଟି ଦେବାକୁ ଆଦେଶ ଦିଆଯାଇଛି।

ସରକାର ଏହି କମ୍ପାନୀଙ୍କୁ ଏଥିପାଇଁ ସମସ୍ତ ଆବଶ୍ୟକ ଅନୁମତି ଦେଇଛନ୍ତି । ଉତ୍ପାଦକ ଯେପରି ତୁରନ୍ତ ଉତ୍ପାଦନ ବଢାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ ଯେ ,ଆଗରୁ କେନ୍ଦ୍ର ସରକାର ରେମଡେସିଭିର ଇଂଜେକ୍ସନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ ।

ସୂଚନାଯୋଗ୍ୟ ଯେ, ଜାହାଜ,ଜଳପଥ ଓ କେନ୍ଦ୍ର ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡାଭିଆ ରେମଡେସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ସମସ୍ତ ୭ କମ୍ପାନୀର ପ୍ରତିନିଧିଙ୍କ ସହିତ ଏପ୍ରିଲ ୧୨ ଓ ଏପ୍ରିଲ ୧୩ ତାରିଖ ଦିନ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ରେମଡେସିଭିର ଉତ୍ପାଦନ ବୃଦ୍ଧି,ଯୋଗାଣ ସୁନିଶ୍ଚିତ କରିବା ଓ ମୂଲ୍ୟ ନିର୍ଧାରଣ ଉପରେ ବିଚାର କରାଯାଇଥିଲା ।

ରେମଡେସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ୭ କମ୍ପାନୀଙ୍କ ଉତ୍ପାଦନ କ୍ଷମତା ମାସିକ ପାଖାପାଖି ୩୯ ଲକ୍ଷ ଶିଶି। ୬ ଜଣ ଉତ୍ପାଦକଙ୍କୁ ମାସିକ ୧୦ ଲକ୍ଷ ଶିଶି ଉତ୍ପାଦନ କରୁଥିବା ୭ ଅତିରିକ୍ତ ସ୍ଥାନ ପାଇଁ ଫାଷ୍ଟ୍ ଟ୍ରାକ୍ ସ୍ୱିକୃତୀ ଦିଆଯାଇଛି ।

Latest Posts

Don't Miss