spot_img

Latest Posts

‘ଧାନ ସଂଗ୍ରହ କରିବାରେ କେନ୍ଦ୍ର ସହଯୋଗ କରୁନି’

ଭୁବନେଶ୍ୱର: ସମାବେଶ ସମସ୍ତଙ୍କ ହୃଦୟରେ ଉନ୍ମାଦନା ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ୩୩ ପ୍ରତିଶତ ମହିଳାଙ୍କୁ ସୁଯୋଗ ଦିଅନ୍ତୁ। ନିଜେ ମଧ୍ୟ କାର୍ଯ୍ୟକାରୀ କରିଥିଲେ। ବିଜୁ ବାବୁ ମଧ୍ୟ ମା’ମାନଙ୍କୁ ଅଗ୍ରାଧିକାର ଦେଉଥିଲେ। ଏବେ କେନ୍ଦ୍ରରେ ଜୁମଲା ସରକାର ଚାଲିଛି। ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଲଢୁଥିଲୁ । ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବୁ। ଶୋଷଣ ବିରୁଦ୍ଧରେ ଲଢିଲଢି ରାଜ୍ଯରୁ କଂଗ୍ରେସକୁ ନିପାତ କରିଛୁ। ଏବେ ଭଷଣ ବିରୁଦ୍ଧରେ ଲଢିଲଢି ନିପାତ କରିବୁ। ସୋସିଆଲ ମିଡିଆରେ ବିଭ୍ରାନ୍ତି କରାଯାଉଛି। ପୃଥିବୀ ରେ ଭୟ, ଆତଙ୍କବାଦ ଏବଂ ବିଛିନ୍ନତାବାଦ ନଥିଲା। ଆନନ୍ଦପୁର ବ୍ୟାରେଜ ହେଲେ ହଜାର ହଜାର
ଭୋକିଲା ପେଟରେ ରାଜନୀତି କରାଯାଏନାହିଁ। ଯାହାକୁ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି । ଆଗେ ନବୀନିଜିମ୍ ବୁଝିବାକୁ ପରାମର୍ଶ। ଶୁଖିଲା  ରାଜନୀତି କରୁଛନ୍ତି। ରାଜ୍ୟ ସରକାର ସବୁ ଧାନ ଉଠାଇବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଚାଉଳ ଉଠାଇବା ପାଇଁ କେନ୍ଦ୍ର ସହଯୋଗ କରୁନି। ମାତ୍ର ଦୁଇ ହଜାର କୋଟି ପ୍ରଦାନ କଲେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ଧାନ ରହିବ ନାହିଁ। ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାରକୁ ଦୃଢ ହସ୍ତରେ ଜବାବ ଦେବାକୁ ଯୁବ ଛାତ୍ର ନେତୃତ୍ବ ଙ୍କୁ ଆହ୍ବାନ। ୨୧ ବର୍ଷରେ ୨୦୦୯ ର ଭାଗୁଆଳି ଗ୍ରୋଥ ଏବଂ ଏକା ଶାସନ ଗ୍ରୋଥ ମଧ୍ୟରେ ଆକାଶ ପାତାଳ ଫରକ। ଯୁବ ଛାତ୍ର ମାନେ ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସହ ରହି ବିକାଶ କାମକୁ ଆଗେଇ ନେବେ ବୋଲି ସଂକଳ୍ପ କଲେ ପ୍ରଣବ ପ୍ରକାଶ ଦାସ।

ଏଥିସହିତ ପଢ଼ନ୍ତୁ: ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବଙ୍କ ବାର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଆପଣାଇବା ଦରକାର

Latest Posts

Don't Miss