ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବଙ୍କ ବାର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଆପଣାଇବା ଦରକାର

ଭଦ୍ରକ: ଭଦ୍ରକରେ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ । ସମ୍ମିଳନୀରେ ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବ ପ୍ରକାଶ ଦାସ ଅନେକ  ମହତ୍ୱାକାଂକ୍ଷି ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ବ୍ରଣବ ଆହ୍ୱାନ ଦେବା ନବୀନଙ୍କ ନୀତି ଆଦର୍ଶକୁ ମାନିବାକୁ କହିଛନ୍ତି । ଏହା ଜଣେ ସାଧାରଣ ଲୋକକୁ ମହାନ କରିବାରେ ସହାୟକ ହୋଇପାରେ ।

ପ୍ରଣବ ପ୍ରକାଶ ଦାସ ଆହୁରି କହିଛନ୍ତି ଯେ, ବିକାଶ ଧାରାରେ ମାଆ ମାନଙ୍କର ପ୍ରମୁଖ ଭୂମିକା ରହିଛି । ମାଆମାନେ ବଢିଲେ ଦେଶ ବଢିବ । ମାଆମାନେ ସାମ୍ନାକୁ ଆସିବା ଦରକାର । ସମସ୍ତେ ପ୍ରଥମେ ନବୀନିଜିମ୍ ବୁଝିବା ଆବଶ୍ୟକ । ନବୀନିଜିମ୍‌କୁ ବୁଝି ତାଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ଯୁବ ଓ ଛାତ୍ର ନେତାକୁ ପରାମର୍ଶ ଦେଇଛନ୍ତି ।

କେବେଳ ମିଥ୍ୟା ପ୍ରଚାରରେ ମାତିଲେ ହେବନି, ଲୋକଙ୍କ ଭଲ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ସେହିଭଳି ଶୋଷଣ ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ ଆସିଛନ୍ତି । ଭାରତରେ ଓଡ଼ିଶାର ମାନଚିତ୍ରକୁ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ସବୁ ବେଳେ ପ୍ରୟାସ କରିଛନ୍ତି । ଏହାସହ ବିଜୁ ବାବୁଙ୍କ ସ୍ୱପ୍ନକୁ ସତ କରୁଛନ୍ତି ମୁଖ୍ୟମନ୍ତ୍ରୀ । କଥା ନୁହେଁ ଆମେ କର୍ମକୁ ବିଶ୍ୱାସ କରୁ ବୋଲି କହିଛନ୍ତି ପ୍ରଣବ ।

Leave a Reply