ଗୋ-ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

1 min read

କୋଲକାତା: ସିବିଆଇ ପଞ୍ଝାରେ ବୀରଭୂମ ଜିଲ୍ଲାର ବାହୁବଳୀ । ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଟାର୍ଗେଟ । ଟିଏମସି ବୀରଭୂମ ଜିଲ୍ଲା ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ । ୨୦୨୦ ଗୋ ଚାଲାଣ ମାମଲାରେ ଗିରଫ ହୋଇଛନ୍ତି ଅନୁବ୍ରତ । ବୀରଭୂମ ଜିଲ୍ଲା ଅନ୍ତର୍ଗତ ବାସଭବନରୁ ଅନୁବ୍ରତଙ୍କୁ ଗିରଫ କରିଛି ସିବିଆଇ । ଲଗାତାର ୧୦ଟି ସମନ ସତ୍ତ୍ୱେ ସେ ହାଜର ନ ହେବାରୁ ତାଙ୍କୁ ସିବିଆଇ ଗିରଫ କରିଛି । ପୂର୍ବରୁ ତାଙ୍କୁ ଏହି ମାମଲାରେ ସିବିଆଇ ଦୁଇ ଥର ଜେରା କରିଥିଲା ।

୨୦୧୫ରୁ ୨୦୧୭ ମଧ୍ୟରେ ପ୍ରାୟ ୨୦ ହଜାର ଗୋରୁଗାଈଙ୍କୁ ଦେଶର ସୀମା ବାହାରକୁ ଚାଲାଣ କରାଯାଇଥିଲା ଏବଂ ଏହି ଘଟଣାରେ ୨୦୨୦ରେ ସିବିଆଇ ଏକ ମାମଲା ରୁଜୁ କରିଥିଲା । ମାମଲାରେ ଅନୁବ୍ରତଙ୍କ ନାମ ରହିଥିଲା । ଗୋଚାଲାଣ ମାମଲା କ୍ରମେ ସିବିଆଇ ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରେଡ କରିବା ସହ ଅନୁବ୍ରତଙ୍କ ଅଙ୍ଗରକ୍ଷୀ ସାଇଗଲ ହୋସେନଙ୍କୁ ଗିରଫ କରିଥିଲା ।