spot_img

Latest Posts

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ: ଦିନକୁ ଦିନ ନିଟକୁ ନେଇ ଆସୁଛି ଚାଞ୍ଚଲ୍ଯକର ତଥ୍ଯ। ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ। ଝାଡ଼ଖଣ୍ଡ ହଜାରିବାଗରୁ ଗିରଫ ସାମ୍ବାଦିକର ନାଁ ଜମାଲୁଦ୍ଦିନ ବୋଲି ସୂଚନା ମିଳିଛି। ସେପଟେ ସିବିଆଇ ପକ୍ଷରୁ ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସର୍ଚ୍ଚ ଅପରେସନ କରିଛି ସିବିଆଇ। ଗତ ଜୁନ୍ ୨୭ରେ ନିଟ-ୟୁଜି ପେପର ଲିକ୍ ମାମଲାରେ ବିହାର ପାଟନାରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିବିଆଇ। ସେମାନେ ହେଲେ ମନୀଷ ପ୍ରକାଶ ଓ ଆଶୁତୋଷ। ଆଶୁତୋଷ ସହାୟତାରେ ମନୀଷ ପ୍ରକାଶ ଲର୍ଣ୍ଣ ପ୍ଲେ ସ୍କୁଲ ସହ ସମ୍ପର୍କିତ ଏକ ଛାତ୍ରାବାସରେ ପରୀକ୍ଷାର୍ଥୀମାନଙ୍କୁ ରଖିବା ବ୍ଯବସ୍ଥା କରିଥିଲା। ଗତ ଜୁନ ୨୮ରେ ସିବିଆଇ ଝାଡଖଣ୍ଡ ହଜାରିବାଗର ଓଏସିସି ସ୍କୁଲର ପ୍ରିନ୍ସିପାଲ ଓ ଭାଇସପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା।

ନିଟ ପେପର ଲିକ୍ ମାମଲାରେ ସିବିଆଇ ୬ଟି ମାମଲାର ତଦନ୍ତ କରୁଛି। ବିହାର, ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନର ୩ଟି ମାମଲାର ତଦନ୍ତ କରୁଛି ସିବିଆଇ। ଏହି ପରୀକ୍ଷାକୁ ନେଇ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା। ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି। ଦେଶର ୫୭୧ଟି ସହରର ୪ ହଜାର ୭୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ଏବଂ ୨୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Latest Posts

Don't Miss