ଯାନ୍ତ୍ରିକ ତ୍ରୁଟି ନା ଅସାବଧାନତା ? କାରଣ ଖୋଜୁଛି ପୋଲିସ

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାରଷ୍ଟ୍ରିପରେ କେମିତି ଖସିଲା ପ୍ରଶିକ୍ଷଣ ବିମାନ ? ଏହାର ଖୋଳତାଡ଼ ପାଇଁ ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ଢେଙ୍କାନାଳ ଏସପି ଅନୁପମା ଜେମ୍ସ । ଦୁର୍ଘଟଣା କିଭଳି ହେଲା ପୋଲିସ ତାର ତଦନ୍ତ କରୁଛି । ଘଟଣା ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ସକାଳେ ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନି ପାଇଲଟଙ୍କୁ ନେଇ ପ୍ରଶିକ୍ଷଣ ବିମାନ ଉଡ଼ାଣ ଭରିଥିଲା । ଗୋଟିଏ ରାଉଣ୍ଡ ଉଡ଼ାଣ ପରେ ଦ୍ୱିତୀୟ ରାଉଣ୍ଡ ଉଡ଼ାଣ ଭରିବା ବେଳେ ଦୁର୍ଘଟଣା ଘଟିଥିଲା । ଭୂମିଠାରୁ ୧୫ରୁ ୨୦ ଫୁଟ୍‌ ଉପରକୁ ଉଠିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନି । ବିମାନରେ ପ୍ରଶିକ୍ଷକ ସନ୍ଦୀପ ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ମନୀଷା ଫତିମା ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

Leave a Reply