ତାଜା ଖବର କୋରାପୁଟ ମେଡିକାଲରେ ପଡ଼ିରହିଲା ଶବ। ବୈପାରିଗୁଡ଼ା ବ୍ଲକ୍ ଦଣ୍ଡାବାଡ଼ି ପଞ୍ଚାୟତ ପଣସପୁଟ ଗାଁର ଜଣେ କ୍ୟାନସର ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଶବବାହକ ଗାଡ଼ି ନଥିବାରୁ ଦୀର୍ଘ ସମୟ ଧରି ବେଡରେ ଶବ ପଡ଼ିରହିଥିବା ଅଭିଯୋଗ ।ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ସ୍ୱେଛାସେବୀ। November 11, 2019 ')}
ତାଜା ଖବର ଭୁବନେଶ୍ୱର: ବିଜେପି ବିଧାୟକ ଦଳ ବୈଠକ । ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା । ସମସ୍ତ ବିଧାୟକ ଉପସ୍ଥିତ ନଥିବାରୁ ଆସନ୍ତା ୧୩ରେ ପୁଣି ବସିବ ବୈଠକ । November 11, 2019 ')}
ତାଜା ଖବର ଭୁବନେଶ୍ୱର : ବାତ୍ୟା ବୁଲବୁଲ୍ ପ୍ରଭାବରେ ପଶ୍ଚିମବଙ୍ଗରେ ୭ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ, ୧ ଲକ୍ଷ ଘର ଭାଙ୍ଗିଛି । ବିଦ୍ୟୁତ୍ ଓ ଟେଲିକମ୍ ସେବା ୪୮ ଘଣ୍ଟା ମଧ୍ୟରେ ସ୍ୱଭାବିକ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା । ଓଡ଼ିଶାରେ ୨ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । November 11, 2019 ')}
ତାଜା ଖବର ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। November 11, 2019 ')}
ତାଜା ଖବର କାଲିମେଳା: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା । ଆସିଲା ରକ୍ତ ନମୁନା ଓ କଫ ପରୀକ୍ଷା ରିପୋର୍ଟ । ବ୍ରଙ୍କୋନିମୋନିଆ ରୋଗରେ ଆକ୍ରାନ୍ତ ନେଇ ରିପୋର୍ଟରେ ଉଲ୍ଲେଖ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋରାପୁଟରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । November 11, 2019 ')}
ତାଜା ଖବର ଭୁବନେଶ୍ୱର: ୟୁନିଟ୍-୧ ନିକଟ ଭଡ଼ାଘରୁ ଉଠାଇନେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।, ଅଭିଯୁକ୍ତ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ରବିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । November 11, 2019 ')}
ତାଜା ଖବର ଜମ୍ମୁ କଶ୍ମୀର: ବାନ୍ଦିପୋରାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଲସ୍କର ଏ ତୋଇବା କମାଣ୍ଡର ଅବୁ ତଲହା ସମେତ ୨ ଆତଙ୍କୀ ମୃତ । ଜଣେ ଯବାନ ଆହତ ସୂଚନା । November 11, 2019 ')}
ତାଜା ଖବର ଆସନ୍ତା ୧୪ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ବାତ୍ୟା ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ଗସ୍ତ କରିବେ । ଟିମ୍ ଆସିବା ପୂର୍ବରୁ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । November 11, 2019 ')}
ତାଜା ଖବର ମୁମ୍ୱାଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାସ୍ତା ସଫା । ଶିବସେନାକୁ ବାହାରୁ ସମର୍ଥନ ଦେବାକୁ ଘୋଷଣା କଲା କଂଗ୍ରେସ । କଂଗ୍ରେସ ପରେ ଏନସିପିର ମଧ୍ୟ ସମର୍ଥନ ଘୋଷଣା । November 11, 2019 ')}
ତାଜା ଖବର ଟାଙ୍ଗୀ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ-୨୦୧୯ ଉଦଘାଟିତ । ଉଦଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । November 11, 2019 ')}