ତାଜା ଖବର ଭୁବନେଶ୍ୱର : ଚାନ୍ଦବାଲି NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ମାତ୍ରି ନିଲମ୍ୱିତ। ଗୃହ ଓ ନଗର ଉନ୍ନୟନ ବିଭାଗରେ ରେକର୍ଡ ଟାମ୍ପରିଂ, ମିଥ୍ୟା ଓ ବେଆଇନ୍ ନିଯୁକ୍ତି କରିବା ଅଭିଯୋଗରେ ହେଲେ ନିଲମ୍ୱିତ। ତାଙ୍କ ବିରୋଧରେ ଆରମ୍ଭ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । November 30, 2019
ତାଜା ଖବର ଧର୍ମଗଡ଼ : ପାଳଗଦାରେ ଖେଳ ହେଲା କାଳ। କୋକସରା ବ୍ଲକ ବିଜମରା ଗାଁର ୩ ଶିଶୁ ଧାନ ଖଳାରେ ଖେଳୁଥିବାବେଳେ ନିଆଁରେ ପୋଡ଼ି ଜୀବନ୍ତ ଜଳିଗଲେ । ସେମାନଙ୍କ ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିଲା। ମୃତକମାନେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ ଏବଂ ଅନ୍ୟଜଣେ ରଚନା ରାଉତ ବୋଲି ଜଣାପଡିଛି। November 30, 2019
ତାଜା ଖବର ରାଉରକେଲା ସହରର ବନ୍ଧମୁଣ୍ଡା ଏ ସେକ୍ଟର ଅଞ୍ଚଳରେ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଛାତ୍ରୀଙ୍କ ମୃତଦେହ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ରଖାଯାଇଛି। ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। November 29, 2019
ତାଜା ଖବର ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆଁ ଗାଁରେ ବ୍ରାଉନସୁଗାର୍ ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଛେଚିଲେ ଗ୍ରାମବାସୀ । ଦୁଇଜଣ ହେଲେ ସ୍ଥାନୀୟ ଦିଲ୍ଲୀପ ମହାନ୍ତିଙ୍କ ପୁଅ ଦିନେଶ ମହାନ୍ତି ଓ ଅସିତ ଭୂୟାଁଙ୍କ ପୁଅ ତପନ ଭୂୟାଁ । ଖବର ପାଇ ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ପହଁଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଅଟକ ରଖିଛି । November 29, 2019
ତାଜା ଖବର ରାଜଧାନୀରେ ଚାଞ୍ଜଲ୍ୟ । ପଲିଥିନ ଜରିରେ ମଣିଷ କଙ୍କାଳ । ନୟାପଲ୍ଲୀ ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ ପଡିଛି ଏହି କଙ୍କାଳ । ୩ଟି ନର କଙ୍କାଳ ହୋଇଥିବା ସୂଚନା । ଖବର ପାଇ ନୟାପଲ୍ଲୀ ଥାନା ପୋଲିସର ତନାଘନା । November 29, 2019
ତାଜା ଖବର ବାଲିଗୁଡା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୁଣି ଲଜ୍ୟା । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ଏକୁଟିଆର ସୁଯୋଗ ନେଇ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ପିଡ଼ିତାଙ୍କ ପରିବାର ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଏତଲା । ଅଭିଯୁକ୍ତ ଅଟକ । November 29, 2019
ତାଜା ଖବର ଛତିଶଗଡ଼: ଦାନ୍ତେୱାଡ଼ାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ୩ ଜଣ ମାଓବାଦୀ ଗିରଫ । ଗିରଫଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ମାଓବାଦୀ । November 29, 2019
ତାଜା ଖବର ନୂଆଦିଲ୍ଲୀ : ଗୋଡସେ ବିବାଦରେ ଲୋକସଭାରେ କ୍ଷମା ମାଗିଲେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର । କହିଲେ, ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ କଲେ ଟାର୍ଗେଟ । November 29, 2019
ତାଜା ଖବର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଏସି କ୍ୟାବିନ୍ ପ୍ୟାନେଲରେ ନିଆଁ । ଜଣେ ଆହତ ସୂଚନା । November 29, 2019
ତାଜା ଖବର ଭୁବନେଶ୍ୱର : ମାଟିରେ ମିଶିଲା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ । ୧୦୮ ଘରକୁ BDA ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି। ଏହି ଉଛେଦ ପ୍ରକ୍ରିୟାରେ BDAର ଅଧିକାରୀଙ୍କ ସମେତ ୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ବୁଲଡୋଜର ଲଗାଇ ବେଆଇନ ଘର ଗୁଡିକୁ ଉଛେଦ କରାଯାଉଛି । November 29, 2019