ତାଜା ଖବର କେନ୍ଦୁଝର : ସଦର ରେଞ୍ଜ କାଣ୍ଡସର ଗାଁରେ ହାତୀପଲ। ଗାଁରେ ପଶିଛନ୍ତି ୨ଟି ମାଇ ହାତୀ ଓ ୨ଟି ଛୁଆ ହାତୀ । ଗତକାଲି ବାରାସ ଜଙ୍ଗଳରେ ଏମାନେ ଥିଲେ । ଧାନ ଖାଇବାକୁ ଆସିଥିବା ବେଳେ ସକାଳ ହୋଇଯିବାରୁ ୪ଟି ହାତି ଜଂଗଲକୁ ଯାଇପାରିନଥିଲେ । ହାତୀ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଛି । December 1, 2019
ତାଜା ଖବର ନୟାଗଡ଼ : ନୂଆଗାଁ ପଞ୍ଚୁପାଣ୍ଡବ ଜଙ୍ଗଲ ନିକଟରେ ଫ୍ରେଣ୍ଡସ୍ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଦୁର୍ଘଟଣା । ବସରେ ଥିଲେ ୭୦ ଯାତ୍ରୀ । ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ସୂଚନା । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ । December 1, 2019
ତାଜା ଖବର ବାରିପଦା : ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କ ମୃତ୍ୟୁ ପ୍ରସଙ୍ଗ। ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅଧ୍ୟାପିକା। କାର୍ଯ୍ୟରେ ଅବହେଳା ପାଇଁ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କ ବଦଳି । ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ ସସପେଣ୍ଡ । ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ। December 1, 2019
ତାଜା ଖବର ମହାରାଷ୍ଟ୍ର: ଧୁଲେ ଭିଞ୍ଚୁର ବ୍ରିଜରୁ ନଦୀକୁ ଖସିଲା ପିକଅପ୍ । ୭ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ । November 30, 2019
ତାଜା ଖବର ଆନନ୍ଦପୁର: ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ ପାତ୍ର ମୃତ । ରାତିରେ ଶୋଇଥିବା ବେଳେ ସାପ କାମୁଡ଼ିବାରୁ ମୃତ୍ୟୁ ସନ୍ଦେହ । November 30, 2019
ତାଜା ଖବର ଝାଡ଼ଖଣ୍ଡ: ଗୁମଲା ଜିଲ୍ଲା ବିଷ୍ଣୁପୁରରେ ବ୍ରିଜ୍ ଉଡ଼ାଇଦେଲେ ମାଓବାଦୀ । କେହି ମୃତାହତ ହୋଇନଥିବା ଡେପୁଟି କମିଶନର ଶଶୀ ରଞ୍ଜନଙ୍କ ସୂଚନା । November 30, 2019
ତାଜା ଖବର ଧର୍ମଗଡ଼: ଘରେ ବିଦ୍ୟୁତ୍ ସଜାଡ଼ୁ ଥିବା ବେଳେ ତାର ଲାଗି ଜଣେ ମୃତ । ମୃତକ ଧର୍ମଗଡ଼ ଥାନା ରାଜମୋଟର ଗାଁର ସୁଶାନ୍ତ କେତକୀ । November 30, 2019
ତାଜା ଖବର ଭୁବନେଶ୍ୱର: ନନ୍ଦନକାନନରେ ପୁଣି ଆଉ ଏକ ଆନାକୋଣ୍ଡା ମୃତ । ୨ ଦିନ ତଳେ ଅନ୍ୟ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ୬କୁ ଖସିଲା ସଂଖ୍ୟା । ରକ୍ତ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । November 30, 2019
ତାଜା ଖବର ଘଟଗାଁ: ସାନ୍ତାରାପୁର ଗାଁରେ ବନ ବିଭାଗର ଚଢ଼ାଉ । ସ ମିଲ୍ ସରଞ୍ଜାମ ସହ ଅନେକ ମୂଲ୍ୟବାନ କାଠ ଜବତ । ଗ୍ରାମବାସୀଙ୍କ ଆକ୍ରମଣରେ ୩ ବନ କର୍ମଚାରୀ ଆହତ । କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି । November 30, 2019
ତାଜା ଖବର ଭୁବନେଶ୍ୱର : MIO ତୃତୀୟ ପର୍ଯ୍ୟୟ ପାଇଁ କାଉଣ୍ଟ ଡାଉନ । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ। ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ୍ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ। OFDCର ସ୍ୱତନ୍ତ୍ର ୱେବସାଇଟ ଉନ୍ମଚନ କଲେ ମୁଖ୍ୟମନ୍ତ୍ରୀ । November 30, 2019