ତାଜା ଖବର ଆନନ୍ଦପୁର: ଦୁର୍ଘଟଣାରେ ଶିକ୍ଷକ ମୃତ । ଘସିପୁରା ଥାନା ଖାଲପାଳ ନିକଟରେ ଦୁର୍ଘଟଣା । ୨ ବାଇକ୍ ଧକ୍କା ୨ ମୃତ, ଜଣେ ଗୁରୁତର । ମୃତକ ଖାଲପାଳ ସ୍ଲୁଲର ଶିକ୍ଷକ ସଦାଶିବ ବାରିକ ଓ ହରିଚନ୍ଦନପୁରର ଜଟ ମୁଣ୍ଡା । December 6, 2019
ତାଜା ଖବର ନବରଙ୍ଗପୁର: ଇନ୍ଦ୍ରାବତୀ ବ୍ରିଜ୍ ନିକଟରୁ ୧ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡି ଆମପାଣିକୁ ଟ୍ରାକ୍ଟରରେ ଚାଲାଣ ହେଉଥିଲା ଗଞ୍ଜେଇ । December 6, 2019
ତାଜା ଖବର ଜୟପୁର: ବୋରିଗୁମ୍ମା ଥାନା ଚାରଗାଁ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କାଦେଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ମୃତକ ପରିବା ବିକାଳି ରୂପାଇ ମହାବାହୁ । କ୍ଷତିପୂରଣ ଦାବିରେ ରଣ୍ଡାପାଳି ନିକଟରେ ଏନ୍ଏଚ୍-୨୬ ଅବରୋଧ । December 6, 2019
ତାଜା ଖବର ପାରାଦୀପ: ଅଠରବାଙ୍କୀ ବାଲିପ୍ଲଟର ମତ୍ସଜୀବୀ ଧରିଲେ ବିରଳ ପ୍ରଜାତିର ମାଛ । ୩ କ୍ୱିଣ୍ଟାଲର ୨ଟି ମାଛକୁ ୧୬୦୦ ଟଙ୍କା କେଜି ଦରରେ କିଣିଲେ ଦିଲ୍ଲୀର ବ୍ୟବସାୟୀ December 6, 2019
ତାଜା ଖବର ଜଗତସିଂହପୁର: ଅଭୟଚାନ୍ଦ ପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା । କାଲି ଘଟଣାସ୍ଥଳ ଯାଇ ତଦନ୍ତ କରିବ ସାଇଣ୍ଟିଫିକ୍ ଟିମ୍ । December 6, 2019
ତାଜା ଖବର ହାଇଦ୍ରାବାଦ: ଏନକାଉଣ୍ଟର ନେଇ ଶମଶାବାଦ ଡିସିପି ପ୍ରକାଶ ରେଡ୍ଡୀଙ୍କ ସୂଚନା । ଡେମୋ ପାଇଁ ଘଟଣାସ୍ଥଳକୁ ୪ ଅଭିଯୁକ୍ତଙ୍କୁ ନିଆ ଯାଇଥିଲା । ସେମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ପ୍ରଥମେ ଫାୟାରିଂ କଲେ । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଗୁଳି କରିଛି । December 6, 2019
ତାଜା ଖବର ଦିଲ୍ଲୀ:ହାଇଦ୍ରାବାଦ ଏନକାଉଣ୍ଟର ନେଇ ଖୁସିବ୍ୟକ୍ତ କଲେ ଦିଲ୍ଲୀ ନିର୍ଭୟା ପୀଡ଼ିତାଙ୍କ ମାଆ ଆଶା ଦେବୀ । ପୋଲିସ ଭଲ କାମ କରିଛି । ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଦାବି କଲେ । ମୁଁ ୭ ବର୍ଷ ହେଲା ନ୍ୟାୟ ପାଇଁ ଦୌଡ଼ୁଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ସରକାର ଓ ବିଚାରପତିଙ୍କୁ ଅନୁରୋଧ । December 6, 2019
ତାଜା ଖବର ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ପ୍ରତିକ୍ରିୟା । ସାଧାରଣ ନାଗରିକ ହିସାବରେ ୪ ଅଭିଯୁକ୍ତଙ୍କୁ ଗୁଳି ନେଇ ଖୁସି ଲାଗୁଛି । କିନ୍ତୁ, ଏହା ଆଇନ୍ ହିସାବରେ ହେବା ଉଚିତ୍ । ଆମେ ମୃତ୍ୟୁଦଣ୍ଡ ଦାବି କରୁଥିଲୁ । ପୋଲିସ୍ ନିଜେ ଜଜ୍ ହୋଇ କେମିତି କଲା ଜଣାନାହିଁ । December 6, 2019
ତାଜା ଖବର ବାଲିଗୁଡ଼ା: ଖସିଲା ପାରଦ, ବଢ଼ିବାରେ ଲାଗିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ । December 6, 2019
ତାଜା ଖବର ଭଦ୍ରକ: ୮୪ ଗ୍ରାମ୍ ବ୍ରାଉନସୁଗର ସହ ବାଇକ ଜବତ । ଜଣକୁ ଗିରଫ କଲା କଟକ ଅବକାରୀ ଫ୍ଲାଇଁ ସ୍କ୍ୱାଡ୍ । ଗିରଫ ଜଣଙ୍କ ତିହିଡ଼ି ଥାନା ସଦାନନ୍ଦପୁରର ଚନ୍ଦନ ପାଢ଼ୀ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮ ଲକ୍ଷ ୪୦ ହଜାର ଟଙ୍କା । December 6, 2019